ହିଟ୍ କଲା ବାଟସିରାଇ, ମାଡାଗାସ୍କର ତଟରେ ମନଞ୍ଜରୀ ନିକଟରେ କଲା ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ : ଲ୍ୟାଣ୍ଡଫଲ କଲା ବାତ୍ୟା ବାଟସିରାଇ। ଆମେରିକାର ପୂର୍ବ ମାଡାଗାସ୍କର ତଟରେ ମନଞ୍ଜରୀ ନିକଟରେ ଉପକୂଳ ଛୁଇଁଛି ବାତ୍ୟା। ଗତ ୨ସପ୍ତାହ ମଧ୍ୟରେ ଦ୍ୱିତୀୟ ବାତ୍ୟାର ସମୁଖୀନ ହୋଇଛି ମାଡାଗାସ୍କର। ଘଣ୍ଟାପ୍ରତି ୧୬୫ କିମିରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି। ବାତ୍ୟାରେ ମନଞ୍ଜରୀର ବହୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ କଚ୍ଚା ଘର ମାଟିରେ ମିଶିଯାଇଛି। ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି।
ସମୁଦ୍ର କୂଳ ଅଞ୍ଚଳରେ ଉଚ୍ଚ ଜୁଆର ଉଠିବା ସହ ତୀବ୍ର ବେଗରେ ପବନ ହୋଇଥିଲା। ଆଗରୁ ଏଭଳି ସ୍ଥିତି ଉପୁଜିନଥିବା ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ୨ସପ୍ତାହ ତଳେ ହୋଇଥିବା ବାତ୍ୟାରେ ପ୍ରଭାବିତ ହୋଇଥିଲା ମାଡାଗାସ୍କର, ମୋଜାମ୍ବିକ ଓ ମଲାୱି। ଏଥିରେ ୮୮ଜଣ ଲୋକ ପ୍ରାଣହାନି ଘଟିଥିଲା।