ଏକ୍ସ-ବୟଫ୍ରେଣ୍ଡଙ୍କୁ ଫେରି ପାଇବା ପାଇଁ ଗୁଣି ଗାରେଡି କଲେ ଯୁବତୀ, ହରାଇ ବସିଲେ ୮ ଲକ୍ଷ

ଯୁବତୀ ଜଣଙ୍କ ନିଜ ଏକ୍ସ ବୟଫ୍ରେଣ୍ଡଙ୍କୁ ଏତେ ମାତ୍ରାରେ ପାଗଳ ଭଳି ଚାହୁଁଥିଲେ ଯେ ସେ ଏଥିପାଇଁ ୮.୨ ଲକ୍ଷ ଖର୍ଚ୍ଚ କରିଦେଇଛନ୍ତି । କଣ ବା ଆଉ ସେ କରିଥାନ୍ତେ ନିିଜ ପ୍ରେମ ଠାରୁ ଦୂରେଇ ରହିବାର ଭାରି ଦୁଃଖରେ ବୁଡିକି ରହିଥିଲେ ଏହି ୨୫ ବର୍ଷୀୟା ଯୁବତୀ ।

ନିିଜ ପୁରୁଣା ପ୍ରେମକୁ ଭାରି ଝୁରି ହେଉଥିଲେ ଯୁବତୀ । ବାରମ୍ବାର ମନେ ପଡୁଥିଲେ ଏକ୍ସ ବୟଫ୍ରେଣ୍ଡ୍‌ । ସେଥିପାଇଁ ନିଜ ପୁରୁଣା ପ୍ରେମକୁ ପୁର୍ନବାର ଫେରି ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କଲେ ଯୁବତୀ । ଆଉ ଏଥିପାଇଁ ସେ ଏତେ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି ଯେ ଯାହାକୁ ଶୁଣିବା ପରେ ଆପଣଙ୍କର ହୋସ୍‌ ଉଡିଯିବ ଆଜ୍ଞା । ଯୁବତୀ ଜଣଙ୍କ ନିଜ ଏକ୍ସ ବୟଫ୍ରେଣ୍ଡଙ୍କୁ ଏତେ ମାତ୍ରାରେ ପାଗଳ ଭଳି ଚାହୁଁଥିଲେ ଯେ ସେ ଏଥିପାଇଁ ୮.୨ ଲକ୍ଷ ଖର୍ଚ୍ଚ କରିଦେଇଛନ୍ତି । କଣ ବା ଆଉ ସେ କରିଥାନ୍ତେ ନିିଜ ପ୍ରେମ ଠାରୁ ଦୂରେଇ ରହିବାର ଭାରି ଦୁଃଖରେ ବୁଡିକି ରହିଥିଲେ ଏହି ୨୫ ବର୍ଷୀୟା ଯୁବତୀ । ଯେଉଁଥିପାଇଁ ଡିସେମ୍ବର ୯ ତାରିଖରେ ଯୁବତୀ ଜଣଙ୍କ ଅନଲାଇନ୍‌ ଜ୍ୟୋତିଷ ଅହମମ୍ମଦଙ୍କ ପାଖରେ ପହଁଚିଲେ । ତାଙ୍କ ସହିତ ଅବଦୁଲ ଏବଂ ଲିୟାକତଉଲ୍ଲା ନାମକ କିଛି ଲୋକ ମଧ୍ୟ ଥିଲେ ।

ଗୁଣି ଗାରେଡି ସନ୍ଦେହରେ ହରାଇଲେ ୮ ଲକ୍ଷ

ଜ୍ୟୋତିଷ ଜଣଙ୍କ ଯୁବତୀଙ୍କୁ କହିଲେ ଯେ ତୁମ ଉପରେ ତୁମ ସାଙ୍ଗମାନଙ୍କ ଉପରେ ଓ ତାଙ୍କ ପରିବାର ଉପରେ ଗୁଣି ଗାରେଡିର ଖରାପ ପ୍ରଭାବ ରହିଛି, ଯାହା ତାଙ୍କ ଜୀବନରେ ସମସ୍ୟା ଆଣୁଛି । ଆଉ ଏହି ସବୁକୁ ଦୂର କରିବା ପାଇଁ ତାଙ୍କୁ କିଛି ହୋମ ଯଜ୍ଞ କରିବାକୁ ପଡିବ । ଆଉ ଏଥିପାଇଁ ୫୦୧ ଟଙ୍କା ଦେବାକୁ ହେବ ।

ଯୁବତୀ ଜଣଙ୍କ ଏହି କଥାକୁ ଏତେ ଗୁରୁତ୍ୱର ସହ ନେଇଗଲେ ଯେ କିଛି ବୁଝି ବିଚାରୀ ଚିନ୍ତା ନକରି ଟଙ୍କା ଦେଇଦେଲେ । ଯୁବତୀ ଜଣଙ୍କ ତୁରନ୍ତ ହିଁ ଟଙ୍କା ଟ୍ରାନ୍ସଫର କରିଦେଲେ । ଏହାପରେ ଜ୍ୟୋତିଷ ଜଣଙ୍କ ତାଙ୍କୁ ତାଙ୍କର ଏବଂ ତାଙ୍କ ସାଙ୍ଗମାନଙ୍କର ଓ ପରିବାରର ଫଟୋ ମାଗିଲେ । ଏହାପରେ ସେ ଏକ ବଡ ରାଶି ମାଗିଲେ । ସେ କହିଲେ ଯେ ୨.୪ ଲକ୍ଷ ଟଙ୍କା ଦେଲେ ସେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ବାପା ମାଆଙ୍କୁ ଗୁଣି ଗରିବ । ଯାହାଦ୍ୱାରା ସେ ତାଙ୍କ ସମ୍ପର୍କକୁ ରାଜି ହୋଇଯିବେ । ଯାହାପରେ ଯୁବତୀ ଜଣଙ୍କ ଏଥିରେ ବି ରାଜି ହେଇଗଲେ । ଏବଂ ୨ ଡିସେମ୍ବରରେ ସେ ଜ୍ୟୋତିଷଙ୍କ ସହଯୋଗୀକୁ ସବୁ ଟଙ୍କା ଦେଇଦେଲେ ।

ତେବେ କିଛି ଦିନ ପରେ ଅହମ୍ମଦ ପୁଣି ଥରେ ଟଙ୍କା ମାଗିବାକୁ ଲାଗିଲେ । ଏହାପରେ ଜ୍ୟୋତିଷ ଜଣଙ୍କୁ ଆଉ ୧.୭ ଲକ୍ଷ ଦେବାକୁ ଅଡିବସିଲେ । ଏବେ କିନ୍ତୁ ଯୁବତୀଙ୍କୁ ସନ୍ଦେହ ହେଲା । କିଛି ତ ଗଡବଡ ଅଛି, ତେଣୁ ସେ ଆଉ ଟଙ୍କା ଦେବେନି ବୋଲି ମନା କରିଦେଲେ । କିନ୍ତୁ ଜ୍ୟୋତିଷ ଅହମ୍ମଦ ଏବେ ବଦମାସୀ କରିବା ଆରମ୍ଭ କରିଦେଲା । ସେ ଧମକ ଦେଲା ଯେ ଯୁବତୀଙ୍କ ପୂର୍ବ ପ୍ରେମିକ ସହିତ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ତାଙ୍କ ବାପା ମାଆଙ୍କୁ ଦେଖେଇଦେବ । ଯାହାପାର ଚାପ ଆଉ ଟେନସନରେ ଆସି ୧୦ ଜାନୁଆରୀ ପର୍ଯ୍ୟନ୍ତ ଯୁବତୀ ଜଣଙ୍କ ଅନେକ ଥର ଅନଲାଇନ୍‌ ଟଙ୍କା ପଠାଇଲେ । ଯାହାପରେ ମୋଟ ୪.୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୁବତୀ ଉକ୍ତ ଭଣ୍ଡ ଜ୍ୟୋତିଷକୁ ଦେଇଦେଲେ ।

ତେବେ ଯେତେବେଳେ ଏହା ବିଷୟରେ ଯୁବତୀଙ୍କ ବାପା ମାଆ ଜାଣିଲେ ଯେ ଝିଅ ଭଣ୍ଡ ବାବା କଥାରେ ପଡି ଏତେ ଟଙ୍କା ଦେଇସାରିଲାଣି ତ ସେ ବହୁତ ଚିନ୍ତିତ ହୋଇଗଲେ । ସେ ତୁରନ୍ତ ଏହାକୁ ନେଇ ପୋଲିସରେ ଏଫଆଇଆର ଦେବାକୁ କହିଲେ । ଯାହାପରେ ପୋଲିସ ଥାନାରେ ଏହାକୁ ନେଇ ମାମଲା ରୁଜୁ ହେଲା । ଆଉ ତଦନ୍ତରେ ଜଣାପଡିଲା ଯେ ସବୁ ଟଙ୍କା ଜ୍ୟୋତିଷର ସହଯୋଗୀ କଥାକୁ ଯାଇଥିଲା ବୋଲି । ପୋଲିସ ଜଣାଇଛି ଯେ ଭଣ୍ଡ ଜ୍ୟୋତିଷ ଯୁବତୀଙ୍କୁ ଗୁଡି ଗାରେଡି କରିବାକୁ ବାଧ୍ୟ କରିଥିଲେ ଆଉ ଏବେ ସେ ଟଙ୍କା ଫେରସ୍ତ କରିବ । କିନ୍ତୁ ଏବେ ଉକ୍ତ ଭଣ୍ଡ ଜ୍ୟୋତିଷର ମୋବାଇଲ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.