ଆଜି ୨୧ ଦଫା ଦାବିରେ ଭାରତ ବନ୍ଦ ଡାକରା, ହରତାଳକୁ ଓହ୍ଲାଇଛନ୍ତି ଶ୍ରମିକ ଓ କୃଷକ ସଂଗଠନ

ଆଜି ଦେଶବ୍ୟାପୀ ହରତାଳକୁ ଓହ୍ଲାଇଛନ୍ତି ଶ୍ରମିକ ଓ କୃଷକ ସଂଗଠନ। ସଂଯୁକ୍ତ କିଷାନ ମୋର୍ଚ୍ଚା , କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ତରଫରୁ ଏହି ହରତାଳ ଡାକରା ଦିଆଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଦେଶବ୍ୟାପୀ ହରତାଳକୁ ଓହ୍ଲାଇଛନ୍ତି ଶ୍ରମିକ ଓ କୃଷକ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା , କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ତରଫରୁ ଏହି ହରତାଳ ଡାକରା ଦିଆଯାଇଛି । ଏହାକୁ କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ସହ ଇଣ୍ଡିଆ ମେଣ୍ଟର ସମସ୍ତ ପାର୍ଟି ସମର୍ଥନ କରୁଛନ୍ତି ।

ବିଜେପିକୁ ଛାଡ଼ି ଅନ୍ୟ ସମସ୍ତ ରାଜନୈତିକ ଦଳ ଯୋଗ ଦେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଥିଲା । ୨୧ ଦଫା ଦାବି ପୂରଣ ନେଇ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ତେଣେ ଗତକାଲି କେନ୍ଦ୍ର ସହ ଚାଷୀଙ୍କ ବୈଠକରୁ କିଛି ନିଷ୍କର୍ଷ ବାହାରି ପାରିନାହିଁ  ୧୮ ତାରିଖରେ ଆଉ ଏକ ପର୍ଯ୍ୟାୟରେ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.