ଖରାଦିନେ ଗ୍ରୀନ୍ ଟି ପ୍ୟାକ୍ ତିଆରି କରି ମୁଣ୍ଡରେ ଲଗାନ୍ତୁ, ମିଳିବ ଅନେକ ଫାଇଦା
ଖରାଦିନରେ ଗରମ ଓ ଝାଳ ଯୋଗୁ ବହୁତ ମାତ୍ରାରେ କେଶ ଝଡ଼ିବାକୁ ଲାଗିଥାଏ । କାହିଁକିନା, ଝାଳ, ଧୂଳି, ମାଟି ଆଦି ଲାଗି ଏହା ଆମ କେଶକୁ କ୍ଷତି ପହଁଚାଇଥାଏ ।
ଖରାଦିନେ ବିଶେଷ କରି ତ୍ୱଚା ଓ କେଶର ଖାସ୍ ଯତ୍ନ ନେବାକୁ ପଡ଼ିଥାଏ । କାହିଁକି ନା ଖରାଦିନରେ ଗରମ ଓ ଝାଳ ଯୋଗୁ ଏହା ଉଭୟ କେଶ ଓ ତ୍ୱଚାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ । କହିବାକୁ ଗଲେ ବିଶେଷ ଭାବେ ଏହି ସମୟରେ ବହୁତ ମାତ୍ରାରେ କେଶ ଝଡ଼ିବାକୁ ଲାଗିଥାଏ । କାହିଁକିନା, ଝାଳ, ଧୂଳି, ମାଟି ଆଦି ଲାଗି ଏହା ଆମ କେଶକୁ କ୍ଷତି ପହଁଚାଇଥାଏ ।
ଯଦି କେଶର କଥା ହେବା, ତେବେ ଖରାଦିନେ ଏହାକୁ ଠିକ୍ ଭାବେ ଦେଖାଶୁଣା ନ କରିବା ଦ୍ୱାରା ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଅନେକ ଥର କେଶକୁ ଧୋଇବା ସତ୍ତ୍ୱେ ଏହି ଦୁର୍ଗନ୍ଧ ଦୂର ହୋଇ ନ ଥାଏ, ଯାହାଫଳରେ କି, ଆମକୁ ସର୍ବସାଧାରଣ ସ୍ଥାନରେ ଲଜ୍ଜାର ଶିକାର ହେବାକୁ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ କହିବୁ, କେଶରୁ ଦୁର୍ଗନ୍ଧ କାହିଁକି ବାହାରିଥାଏ ଏବଂ କିପରି ଭାବେ ଏଥିରୁ ଛୁଟକାରା ମିଳିପାରିବ।
ଯଦି କେଶକୁ ଠିକ୍ ଭାବେ ନ ଧୋଇବା କିମ୍ବା ତାଳୁରେ ପ୍ରାକୃତିକ ତୈଳ ଅଧିକ ମାତ୍ରାରେ ଜମା ହୋଇ ରହିଯିବା ଏହି କାରଣରୁ କେଶରୁ ଦୁର୍ଗନ୍ଧ ବାହାରିଥାଏ । ଏହାସହ କେଶ ପ୍ରଦୂଷଣ ସଂସ୍ପର୍ଶରେ ଆସିବା, କେଶକୁ ଲମ୍ବା ସମୟ ପର୍ଯ୍ୟନ୍ତ କୌଣସି ଜିନିଷରେ ଢ଼ାଙ୍କି ରଖିବା, କେଶକୁ ଗରମ ପାଣିରେ ଧୋଇବା ତଥା ତାଳୁରେ ଅଧିକ ଝାଳ ବାହାରିବା ଯୋଗୁଁ ବି କେଶରୁ ଦୁର୍ଗନ୍ଧ ବାହାରିଥାଏ ।
ତେବେ କେଶରୁ ବାହାରୁଥିବା ଦୁର୍ଗନ୍ଧକୁ ଆପଣ କୌଣସି ଭଲ କ୍ୱାଲିଟିର ଶାମ୍ପୁରେ ଧୋଇ ଏହି ଅସୁବିଧାରୁ ମୁକ୍ତି ପାଇପାରିବେ । ଏହାସହ କେଶକୁ ଭଲ ଭାବେ ସମୟ ନେଇ ଧୁଅନ୍ତୁ । ସାରା ଦିନ ଖରାରେ ବୁଲିବାଠୁ ଦୂରେଇ ରୁହନ୍ତୁ । କେଶରୁ ଦୁର୍ଗନ୍ଧ ଦୂର କରିବା ପାଇଁ ଗାଧୋଇବା ପାଣିରେ କିଛି ବୁନ୍ଦା ଏସେନ୍ସିଆଲ ଅଏଲ୍ ମିଶାଇ ପାରିବେ ।
ଏମିତି ଶାମ୍ପୁ ବ୍ୟବହାର କରନ୍ତୁ, ଯେଉଁଥିରେ ନିମ୍ବ, କର୍ପୂର, ମନ୍ଦାର, ଏଲୋଭେରା, ଭିଟାମିନ-ଇ ଆଦି ରହିଥିବ । ସୂର୍ଯ୍ୟଙ୍କ ଅତି ବାଇଗେଣୀ ରଶ୍ମୀ କେଶକୁ ହାନି ପହଞ୍ଚାଇଥାଏ, ଯହା ପାଇଁ କେଶରୁ ଦୁର୍ଗନ୍ଧ ବାହାରିଥାଏ । ତେବେ ଏଭଳି ସ୍ଥିତିରେ ଆମେ କିଛି ଘରୋଇ ଉପଚାର ବି ଆପଣଙ୍କୁ ସେୟାର କରିବୁ । ଯାହା ଫଳରେ କେଶ ସମସ୍ୟା ଦୂର ହୋଇପାରିବ।
– ସାମ୍ପୁ କରିବା ପରେ ଚୁଟିରେ ଲେମ୍ବୁ ରସ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ପରେ ସାଦା ପାଣିରେ ଚୁଟି ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ଚମକଦାର ରହିବା ସହ ରୁପି ସମସ୍ୟା ବି ଦୂର ହେବ ।
– ୧ କପ୍ ଗ୍ରୀନ୍ ଟିରେ କିଛି ବୁନ୍ଦା ପିପରମେଣ୍ଟ ଏସେନ୍ସସିଆଲ ଅଏଲ, ସିରକା, ଦହି, ଏକ ଚାମଚ ମହୁ ଓ ଲେମ୍ବୁ ରସ ମିଶାଇ ଏକ ଡବାରେ ରଖନ୍ତୁ । ଏହି ପ୍ୟାକ୍ ଲଗାଇବା ପୂର୍ବରୁ କେଶକୁ ଷ୍ଟିମ୍ ଦିଅନ୍ତୁ । ଫଳରେ ଲୋମ ମୂଳ ଖୋଲିଯିବ। କେଶ ସଫା କରିବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ଭଲ ଭାବେ ଲଗାନ୍ତୁ । ଏହି ପ୍ୟାକ୍ ବ୍ୟବହାର କଲେ କେଶର ଚିପ୍ଚିପାପଣ ଦୂର ହେବ ।
– ବେସନ ଓ ଦହିକୁ ମିଶାଇ ଏକ ପ୍ୟାକ୍ ତିଆରି କରି ମୁଣ୍ଡରେ ଲଗାନ୍ତୁ। ୧୦-୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ, ତୈଳାଂଶ ଦୂର ହେବ ।