ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୩୧ ମନ୍ତ୍ରୀ: ବିଜେପି କହିଲା-ଏହା ନୀତୀଶ ନୁହେଁ, ତେଜସ୍ୱୀ ସରକାର

ବିହାରରେ ନୂଆ ସରକାର ଗଠନ ହେବା ପରେ ଆଜି ମୋଟ୍‌ ୩୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଆରଜେଡିରୁ ୧୬, ଜେଡିୟୁରୁ ୧୧, କଂଗ୍ରେସରୁ ୨ ଓ ଜୀତନରାମ ମାନ୍‌ଝୀ ପାର୍ଟିରୁ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ହୋଇଛନ୍ତି। ଅନ୍ୟପଟେ ବିଜେପି ଏହି ମହାଗଠବନ୍ଧନ ସରକାରକୁ ଟାର୍ଗେଟ୍‌ କରି କହିଛି ଯେ ଏହା ନୀତୀଶ ନୁହେଁ, ବରଂ ତେଜସ୍ୱୀ ସରକାର।

ଜେଡିୟୁ ପକ୍ଷରୁ ବିଜୟ ଚୌଧୁରୀ, ବିଜେନ୍ଦ୍ର ଯାଦବ, ଅଶୋକ ଚୌଧୁରୀ, ଶୀଲା ମଣ୍ଡଳ, ଶ୍ରବଣ କୁମାର, ସଞ୍ଜୟ ଝା, ଲେସୀ ସିଂହ, ଜମା ଖାନ୍‌, ଜୟନ୍ତ ରାଜ୍‌, ମଦନ ସହନୀ ଓ ସୁନୀଲ କୁମାର ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଚେନାରୀ ବିଧାୟକ ମୁରାରୀ ଗୌତମ ଓ କସ୍‌ବାର ବିଧାୟକ ଅଫାକ ଆଲମ୍‌ ମନ୍ତ୍ରୀ ହୋଇଛନ୍ତି। ସେହିପରି ଜୀତନରାମ ମାନ୍‌ଝୀଙ୍କ ପୁଅ ସନ୍ତୋଷ ମାନ୍‌ଝୀ ଓ ସ୍ୱାଧୀନ ବିଧାୟକ ସୁମିତ କୁମାର ସିଂହ ମଧ୍ୟ ମନ୍ତ୍ରୀ ହୋଇଛନ୍ତି।

ଆରଜେଡିରୁ ତେଜ ପ୍ରତାପ ଯାଦବ, ଅଶୋକ ମେହେତା, ଅନୀତା ଦେବୀ, ସୁରେନ୍ଦ୍ର ଯାଦବ, ଚନ୍ଦ୍ର ଶେଖର, ଲଳିତ ଯାଦବ, ଭାଇ ବୀରେନ୍ଦ୍ର, ରାମାନନ୍ଦ ଯାଦବ, ସୁଧାକର ସିଂହ, ସରବଜିତ୍‌ କୁମାର, ସୁରେନ୍ଦ୍ର ରାମ, ଇଜରାଇଲ ମନ୍‌ସୁରୀ, ଶମୀମ ଅହମ୍ମଦ, ଶାହନବାଜ ଆଲମ୍‌, ସମୀର ମହାସେଡ୍‌ ଓ କାର୍ତ୍ତିକ ସିଂହ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି।

Also Read: ଭାରତୀୟ ଫୁଟ୍‌ବଲ ମହାସଂଘକୁ ସସ୍‌ପେଣ୍ଡ୍‌ କଲା FIFA, ଆଉ ଭାରତ କରିପାରିବନି ମହିଳା ବିଶ୍ୱକପ୍‌ ହୋଷ୍ଟିଂ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.