Below header

ଅବୈଧ ସମ୍ପର୍କ ପାଇଁ ପରିବାରର ୬ ସଦସ୍ୟଙ୍କୁ ଚା’ରେ ବିଷ ମିଶାଇ ପିଆଇ ଦେଲା ମହିଳା, ଜଣେ ମୃତ

ପାଟନା : ଅବୈଧ ସମ୍ପର୍କ ପାଇଁ ଏକ ଅଭାବନୀୟ ଘଟଣା ଘଟିଛି ବିହାର ମଧୁବାନୀ ଜିଲ୍ଲାରେ । ଜଣେ ମହିଳା ନିଜର ଅନୈତିକ ସମ୍ପର୍କ କାରଣରୁ ନିଜ ପରିବାରର ୬ ଜଣ ସଦସ୍ୟଙ୍କୁ ଚା’ରେ ବିଷ ମିଶାଇ ପିଆଇ ଦେଇଛି । ଏମତି ଘଟଣା ଘଟିଛି ମଧୁବାନୀ ଜିଲ୍ଲା ସାଦୁଲ୍ଲାପୁର ଗାଁରେ ।

ଅଭିଯୁକ୍ତ ମହିଳା ଚନ୍ଦା ଦେବୀ ନିଜ ଦିଅର, ତାଙ୍କ ଶାଶୁ ଓ ତିନି ପୁଅଙ୍କୁ ବିଷାକ୍ତ ଚା ’ଦେଇଥିଲେ। ତା’ପରେ ସେ ନିଜେ ଏହି ବିଷାକ୍ତ ଚା ପିଇଦେଇଥିଲେ । ଘଟଣା ବାବଦରେ ଜଣାପଡିବା ପରେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

tea-00

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଚନ୍ଦା ଦେବୀଙ୍କ ଦିଅରଙ୍କର ମୃତ୍ୟୁ ହୋଇଯାଇଛି । ଅଭିଯୁକ୍ତ ମହିଳାଙ୍କ ଦୁଇ ପୁଅ ଗୁରୁତର ଅବସ୍ଥାରେ ଜୀବନ-ମୃତ୍ୟୁ ସହ ଲଢେଇ କରୁଛନ୍ତି ।

ତେବେ ଚିକିତ୍ସା ପରେ ଅଭିଯୁକ୍ତ ଚନ୍ଦା ଦେବୀ, ତାଙ୍କ ବଡ଼ ପୁଅ ଏବଂ ଶାଶୁ ବିପଦମୁକ୍ତ ଅଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.