Below header

ଆଇପିଏଲ : ଟପର ଦିଲ୍ଲୀ କ୍ୟାପିଟାଲସକୁ ଭାରି ପଡିଲା ମୁମ୍ବାଇ ଇଣ୍ଡିଆନସ, ଆବୁଧାବିରେ ଧୂଳି ଚଟାଇଲା

ଆବୁଧାବି : ଟାଇଟଲ ଦୌଡ଼ରେ ଆଗରେ ଥିବା ମୁମ୍ବାଇ ଇଣ୍ଡିଆନସ ଚଳିତ ଆଇପିଏଲରେ ଏକ ଚମତ୍କାର ହାସଲ କରିଛି । ଆଜି ରୋହିତ ଶର୍ମାଙ୍କ ଦଳ ପଏଣ୍ଟ ତାଲିକାରେ ଆଗରେ ଥିବା ଦିଲ୍ଲୀ କ୍ୟାପିଟାଲସକୁ ଉଇକେଟରେ ହରାଇଛି । ଫଳରେ ଉଭୟ ଦଳ ଏବେ ତାଲିକାରେ ସମାନ ୧୦ ପଏଣ୍ଟ ସହ ଆଗ ପଛ ହୋଇ ରହିଛନ୍ତି । କୁଇଂଟନ ଦି କୋକ ଓ ସୂର‌୍ୟ୍ୟ କୁମାର ଯାଦବଙ୍କ ଅର୍ଦ୍ଧଶତକ ମୁମ୍ବାଇକୁ ଜିତାଇବାକୁ ଯଥେଷ୍ଟ ହୋଇ ନଥିଲା । ଦି କୋକ ୩୬ ବଲରୁ ୫୩ ରନ (୪ ଚୌକା, ୩ ଛକା ) ଏବଂ ଯାଦବ ୩୨ ବଲରେ ୫୩ ରନ ( ୬ ଚୌକା, ୧ ଛକା ) କରିଥିଲେ । ଈଶାନ କିଷାନ ୧୫ ବଲରେ ୨୮ ରନ କରି ଆଉଟ ହୋଇଥିଲେ । ଆଜି ଅଧିନାୟକ ରୋହିତ ଶର୍ମା ୫ ଓ ହାର୍ଦିକ ପାଣ୍ଡ୍ୟା ୦ରେ ଆଉଟ ହୋଇଥିଲେ । ଶେଷ ବେଳକୁ ମୁମ୍ବାଇର ୪ଟି ମାତ୍ର ୨୨ ରନ ଭିତରେ ପଡି ଯାଇଥିଲା । ଶେଷ ଓଭରରେ ୭ ରନ ଦରକାର ଥିଲା । ତେବେ କିରେନ ପୋଲାର୍ଡ (୧୧) ଓ କୄନାଲ ପାଣ୍ଡ୍ୟା (୧୨) ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ମୁମ୍ବାଇ ୧୯.୪ ଓଭରରେ ୫ ଉଇକେଟ ହରାଇ ୧୬୬ ରନ କରିଛି ।

ଆଜି ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲସ ୪ ଉଇକେଟରେ ୧୬୨ ରନ କରିଥିଲା । ଯୁବ ଓପନର ପୃଥ୍ବୀ ସ (୪) ଫେଲ ମାରିଥିବା ବେଳେ ଭେଟେରାନ ଶିଖର ଧବନ ଶେଷ ଯାଏ ଅପରାଜିତ ରହି ୫୨ ବଲରେ ୬୯ ରନ (୬ ଚୌକା, ୧ ଛକା ) କରିଥିଲେ । ରାହାଣେ ୧୫ ଓ ଶ୍ରେୟଶ ଆୟର ୩୩ ବଲରୁ ୪୨ ରନ ସ୍କୋର କରିଥିଲେ ।

point-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.