IPL: ହସ୍ପିଟାଲରେ ବି ମସ୍ତି କଲେ କ୍ରିସ ଗେଲ, ଫଟୋ ପୋଷ୍ଟ କରି ଏମିତି ଲେଖିଲେ କ୍ୟାପସନ

କିଙ୍ଗସ ଇଲେଭେନ ପଞ୍ଜାବର ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ ହସ୍ପିଟାଲ ବେଡରେ ପଡିଥିବା ବେଳେ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି କି, ସେ ୟୁନିଭର୍ସ ବସ। ଆଇପିଏଲ-୧୩ରେ ପଞ୍ଜାବକୁ କୋଲକାତା ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଗେଲ ଏହି ସିଜନରେ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି। ତାଙ୍କ ଟିମ ଟେବୁଲର ସବୁଠାରୁ ତଳେ ରହିଛି।

jnjj

ଗେଲ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ସହିତ ଲେଖିଛନ୍ତି, ‘ମୁଁ ଆପଣଙ୍କୁ ଏହା କହିପାରିବି ଯେ ମୁଁ କେବେ ବି ବିନା ଲଢ଼ି ହାରିପାରିବି ନାହିଁ। ମୁଁ ୟୁନିଭର୍ସ ବସ, ଯିଏ କେବେ ବଦଳିବ ନାହିଁ। ଆପଣ ମୋଠୁ ଶିଖିପାରିବେ। କିନ୍ତୁ ଏହା ମାନେ ନୁହେଁ ଯେ ମୁଁ ଯାହା ବି କରିବି, ଆପଣ ତାକୁ ଫଲୋ କରିବେ। ମୋ ଷ୍ଟାଇଲ ଏବଂ ଚମକକୁ ଭୁଲନ୍ତି ନାହିଁ। ଆପଣମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ’।

wwd

ଗେଲ ୮ ଅକ୍ଟୋବରରେ ନିଜ ପେଟ ଖରାପ ଯୋଗୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ଖେଳିପାରି ନ ଥିଲେ। ଟିମର କୋଚ ଅନିଲ କୁମ୍ବଲେ କହିଥିଲେ, ‘ଗେଲ ମ୍ୟାଚ ଖେଳିବାର ଥିଲା, କିନ୍ତୁ ସେ ଅସୁସ୍ଥ ଅଛନ୍ତି। ତାଙ୍କୁ ଫୁଡ ପଇଜନିଙ୍ଗ ହୋଇଛି। ସେଥିପାଇଁ ସେ ଅନ୍ତିମ-୧୧ରେ ନାହାନ୍ତି’। କହି ରଖୁଛୁ, ବର୍ତ୍ତମାନ ପଞ୍ଜାବ ପାଇଁ ବ୍ୟାଟ୍ସମ୍ୟାନ ସମସ୍ୟା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.