ଆଖି ପାଇଁ ସବୁଠୁ ଲାଭଦାୟକ ଏହି ସବୁ ଜିନିଷ, ଠିକ୍‌ ଢ଼ଙ୍ଗରେ ଖାଇଲେ ମିଳିବ ଦୁଇଗୁଣା ଲାଭ

ଆଜିକାଲି ପିଲା ଠାରୁ ବଡ଼ ଅଧିକାଂଶ ଲୋକଙ୍କ ଆଖି ସମସ୍ୟା ରହଛି । ବିଶେଷକରି କମ୍ପ୍ୟୁଟର ଏବଂ ଟିଭିର ବ୍ୟବହାର ବଢ଼ିବା ପରେ ଏହି ସମସ୍ୟା ଅଧିକ ବଢ଼ିଯାଇଛି । ଏକ ଗବେଷଣା ଅନୁଯାୟୀ ବିଶ୍ୱର ୩୩ ପ୍ରତିଶତ ଜନସଂଖ୍ୟା ଆଖିର ଶୁଷ୍କତା ପାଇଁ ଆଖି ସମସ୍ୟାର ସାମ୍ନା କରିଥାନ୍ତି ।

ଆଖି ରୋଗରୁ ରକ୍ଷା ପାଇବା ପାଇଁ ହେଲେ ଉପଯୁକ୍ତ ପୋଷଣ ନିହାତି ଜରୁରୀ । ଆପଣଙ୍କ ଭୋଜନରେ ଭିଟାମିନ୍‌ ଏ,ସି,ଇ,ବିଟା କ୍ୟାରୋଟିନ୍‌,ଜିଙ୍ଗ ଓ ଓମେଗା-୩ ଭରପୁର ରହିବା ଆବଶ୍ୟକ । ଆସନ୍ତୁ ଜାଣିବା ଆଖି ପାଇଁ କିଛି ଏମିତି ଭୋଜନ ।

vit-milk

ଖଟା ଫଳ : କମଳା ଭଳି ଖଟା ଫଳ ଭିଟାମିନ୍‌ ସି ରେ ଭରପୁର । ଯାହାକି ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
ଦୁଗ୍ଧ ଜାତ ଖାଦ୍ୟ : ଯେଉଁମାନେ ନିୟମିତ ଭାବେ ୩୦୦ ମିଲି ଲିଟର କ୍ଷୀର କିମ୍ବା ଏହି ମାତ୍ରାର ଦହି ନେଇଥାନ୍ତି । ସେମାନଙ୍କର ବୟସ ବଢ଼ିବା ସହ ଆଖି ଖରାପ ହେବା ଆଶଙ୍କା କମ୍‌ ହୋଇଥାଏ ।

orange

କେମିତି ଖାଇବେ : ଯଦି ଥଣ୍ଡା କ୍ଷୀର ପିଇବାରେ ଅସୁବିଧା ଥାଏ ତେବେ ଗରମ କ୍ଷୀର ପିଅନ୍ତୁ । ଯେଉଁମାନଙ୍କୁ କ୍ଷୀର ପସନ୍ଦ ନୁହେଁ, ସେମାନେ ଦହି ଖାଇ ପାରିବେ । ଦୁଗ୍ଧ ଜାତ ପଦାର୍ଥରେ ଭରପୁର ଭିଟାମିନ୍‌ ଏ ଥାଏ । ଯାହା ଆଖି ପାଇଁ ଲାଭକାରୀ ହୋଇଥାଏ ।

vit-carrot

ଗାଜର : ଆଖିର ପାଓ୍ଵାର ବଢ଼ାଇବା ପାଇଁ ଗାଜର ସହାୟକ ହୋଇଥାଏ । ଗାଜରରେ ଭଲ ଭିଟାମିନ ଏ ଓ ଭିଟାମିନ୍‌ କେ ଥାଏ । ପାଚିଲା ଗାଜରରେ ବିଟା କ୍ୟାରୋଟିନ୍‌ ଓ ଫିନାଲିକ ଏସିଡ୍‌ ମାତ୍ରା ଅଧିକ ଥାଏ । ଆପଣ ଗାଜର ଜୁସ୍‌ କିମ୍ବା ସଲାଡ୍‌ ଖାଇ ପାରିବେ । କିମ୍ବା ଗାଜରର ସୁପ୍‌ ମଧ୍ୟ ପିଇପାରିବେ । ଗାଜର ସୁପ୍‌ରେ ବହୁତ ପୋଷକତତ୍ତ୍ୱ ଥାଏ ।
ଗାଜରରେ ଭିଟାମିନ୍‌ ଏ ଆଖିର ଦୃଷ୍ଟି ଶକ୍ତିକୁ ବଢ଼ାଇଥାଏ ଓ ଏଥିରେ ଥିବା ପ୍ଲୁଟିନ୍‌ ଏଣ୍ଟି ଅକ୍ସିଡାଣ୍ଟ ଆଖିର ରେଟିନାର ସୁରକ୍ଷା ଦେଇଥାଏ ।

vit-palak

ପାଳଙ୍ଗ ଶାଗ : ଯଦି ଆପଣ ଅଧିକ ସମୟ କମ୍ପ୍ୟୁଟରରେ କାମ କରୁଥାନ୍ତି ଓ ଆପଣଙ୍କ ଦୃଷ୍ଟି ଶକ୍ତି କମ୍‌ଜୋର୍‌ ଓ ଧୁଆଁଳିଆ ହୋଇଯାଉଛି । ତେବେ ଆପଣ ୬ ମାସ ନିୟମିତ ପାଳଙ୍ଗ ଶାଗ ଖାଆନ୍ତୁ । ପାଳଙ୍ଗ ଖାଇବା ଦ୍ୱାରା ଦୃଷ୍ଟିରେ ପରିବର୍ତ୍ତନ ଆସିବ ।

କେମିତି ଖାଇବେ : ପାଳଙ୍ଗକୁ ଅଳ୍ପ ତେଲରେ ଛୁଙ୍କ କରି ଧିମା ଆଞ୍ଚରେ ବସାନ୍ତୁ । ଏହାକୁ ୨ରୁ ୩ ମିନିଟ୍‌ ଯାଏ ଆଞ୍ଚରେ ବସାନ୍ତୁ । କାରଣ ଉଚ୍ଚ ଆଞ୍ଚରେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ତେବେ ଶାଗକୁ କାଟିବା ପୂର୍ବରୁ ଧୋଇନେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.