କେମିତି ହେଲା ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣା: ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି

ନୂଆଦିଲ୍ଲୀ : କେମିତି ହେଲା ରେଳ ଦୁର୍ଘଟଣା ? ପଶ୍ଟିମବଙ୍ଗ ଦୋମୋହାଣିରେ ଗୁଆହାଟୀ-ବିକାନେର ଏକ୍‌ସପ୍ରେସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୂରା ଘଟଣାର ଉଚ୍ଚସ୍ତରୀୟ କମିଶନର ସ୍ତରୀୟ ତଦନ୍ତ ହେବ । ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ହୋଇଛି । ୩୬ ଆହତଙ୍କୁ ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଜି ଘଟଣାସ୍ଥଳକୁ ଯିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ଓ ମେଡାକିଲ ଟିମ୍‌ ଅଛନ୍ତି ।

ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ଘଟଣା ପରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ଓ ରେଳବାଇ ବୋର୍ଡ ଡିଜି, ସୁରକ୍ଷା ଦିଲ୍ଲୀରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଛନ୍ତି । ଏହାସହ ମୃତାହତ ପାଇଁ କ୍ଷତିପୂରଣ ମଧ୍ୟ ଘୋଷଣା କରାଯାଇଛି । ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଲେଖାଏ ଟଙ୍କା ଲେଖାଏ ମିଳିବ ।

ଗତକାଲି ପଶ୍ଚିମବଙ୍ଗ ଦୋମୁହାଣୀ ନିକଟରେ ଗୁଆହାଟୀ-ବିକାନେର ଏକ୍‌ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ଏଥିରେ ୧୨ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି । ଟ୍ରେନ୍‌ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ଟ୍ରେନଟି ରାଜସ୍ଥାନର ବିକାନେରରୁ ଗୁଆହାଟୀ ଯାଉଥିବା ବେଳେ ଲାଇନ୍‌ଚ୍ୟୁତ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.