ରାଜ୍ୟରେ ବଢୁଛି କରୋନା ଗ୍ରାଫ୍ : ଗତ ୨୪ ଘଣ୍ଟାରେ ଆଉ ୧୦ହଜାର ୨୭୩ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୪୯୬ ନୂଆ କେସ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୦ହଜାର ୨୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ସଂକ୍ରମିତ ହୋଇଥିଲେ ୧୦ ହଜାର ୫୯ । ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୪୯୬ ନୂଆ କେସ୍ ରହିଛି । ସେଥି ମଧ୍ୟରୁ ସଙ୍ଗରୋଧରୁ ୫୯୬୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ । ଉଦବେଗଜନକ କଥା ହେଉଛି, ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କ ୧୦୬୫ ଜଣଙ୍କ ନମୂନା ପଜିଟିଭ ଚିହ୍ନଟ ହୋଇଛି ।
Covid-19 Report For 13th Jan
New Positive Cases: 10273
Of which 0-18 years: 1065
In quarantine: 5962
Local contacts: 4311(Details of local contacts will be shared by concerned District)
— I & PR Department, Odisha (@IPR_Odisha) January 14, 2022
ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ପ୍ରାଣହାନି ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୬କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ରୁ ୧ହଜାର ୪୯, କଟକରୁ ୮୪୪, ସମ୍ବଲପୁରରୁ ୫୨୯ ଓ ବାଲେଶ୍ୱରରୁ ୪୫୭ ନୂଆ ଆକ୍ରାନ୍ତ ରହିଛନ୍ତି। ୫୦୦ ଉପରେ ରହିଛି ୪ ଜିଲ୍ଲା। ରାଜ୍ୟରେ ଆକ୍ଟିଭ୍ କେସ୍ ୫୦ହଜାର ଟପି ୫୩ହଜାର ୧୭୧ ରହିଛି।