Below header

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଚାକିରି ୬ ମାସ ବଢ଼ିଲା

ଭୁବନେଶ୍ବର(କେନ୍ଯୁଜ୍): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । ଆଉ ୬ ମାସ ବଢ଼ିଲା ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳ । କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ କଲେ କେନ୍ଦ୍ର ସରକାର । ଅଗଷ୍ଟ ୩୧ ତାରିଖ ଯାଏ ମୁଖ୍ୟ ସଚିବ ଭାବେ ରହିବେ ସୁରେଶ ଚନ୍ଦ୍ର ମହାପାତ୍ର । ୧୯୮୬ ବ୍ୟାଚର ଆଇଏଏସ ୨୦୨୧ ଜାନୁଆରି ୧ ତାରିଖରେ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆସନ୍ତା ଫେବ୍ରୁଆରୀ ୨୮ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ ସୁରେଶ ଚନ୍ଦ୍ର ମହାପାତ୍ର ।

ରାଜ୍ୟରେ କୋଭିଡ କେସ୍‌ ବୃଦ୍ଧି ପାଉଛି । ମୁଖ୍ୟତଃ ଦୁଇଟି କାରଣ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ଗୋଟିଏ ହେଲା, ସେ ଉନ୍ନୟନ କମିଶନର ଭାବେ କୋଭିଡ ବିରୋଧରେ ରାଜ୍ୟ ସରକାରଙ୍କ ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବେ ସେ ମୁଖ୍ୟ ସଚିବ ଭାବେ ଦାୟତ୍ୱ ତୁଲାଉଛନ୍ତି । ଦ୍ୱିତୀୟରେ ଏବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ରାଜ୍ୟ ନିର୍ବାଚନ କମିଶନର ତାଙ୍କ ସହ ପ୍ରସ୍ତୁତି ପାଇଁ ବୈଠକ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ରହିଥିଲା । ଫେବ୍ରୁଆରି ୨୮ରେ ପଞ୍ଚାୟତ ନର୍ବାଚନ ଶେଷ ହେବ । ପରୋକ୍ଷ ନିର୍ବାଚନ ମାର୍ଚ୍ଚରେ ରହିଛି । ପଞ୍ଚାୟତ ନିର୍ବାଚନ ପରେ ସହରାଞ୍ଚଳ ନିର୍ବାଚନ ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.