କେରଳ : ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଲାଗିଥିବା ରଶିରେ ଫସି ଜଣେ ବାଇକ ଚାଳକ ମୃତ

କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ଲଗାଯାଇଥିବା ତାରରେ ଫସି ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ଘଟଣାଟି ରବିବାର ରାତି ୧୦ଟାରେ ଘଟିଛି । ବିନା କୌଣସି ଚେତାବନୀରେ ରାସ୍ତାରେ ରଶି ବନ୍ଧା ଯାଇଥିଲା । ଆଉ ରାତି ହୋଇଥିବାରୁ ଏହାକୁ ଦେଖିବା ମୁସ୍କିଲ ଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ଲଗାଯାଇଥିବା ତାରରେ ଫସି ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ଘଟଣାଟି ରବିବାର ରାତି ୧୦ଟାରେ ଘଟିଛି । ଘଟଣାରେ ବଡୁଥାଲାର ଯୁବକ ମନୋଜ ଉନ୍ନିଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ତାଙ୍କ ଜୀବନ ବଞ୍ଚିପାରିନଥିଲା ।

ତେବେ ମୃତ ଯୁବକଙ୍କ ପରିବାର ଲୋକ କହିବା ମୁତାବକ, ବିନା କୌଣସି ଚେତାବନୀରେ ରାସ୍ତାରେ ରଶି ବନ୍ଧା ଯାଇଥିଲା । ଆଉ ରାତି ହୋଇଥିବାରୁ ଏହାକୁ ଦେଖିବା ମୁସ୍କିଲ ଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାରେ ଯୋଗୁଁ ରଶି ବନ୍ଧାଯାଇଥିଲା । କିନ୍ତୁ ରାତି ଯୋଗୁଁ ଏହା ଦେଖିବାକୁ ସମ୍ଭବ ନଥିଲା । ଏଠାରେ କୌଣସି ସଂକେତ ମଧ୍ୟ ରହିନଥିଲା ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଆଜି କେରଳରେ ବିଜେପିର ପ୍ରଚାର ପାଇଁ ଜନସଭାକୁ ସମ୍ବୋଧନ କରିବେ । ପ୍ରଥମ ଅଲାଥୁର ସକାଳ ୧୧ଟାରେ ଏବଂ ଦ୍ୱିତୀୟରେ ଅନ୍ତିଗଲରେ ଅପରାହ୍ନ ୨ଟାରେ ସମ୍ବୋଧନ କରିବେ । କେରଳରେ ୨୬ ଏପ୍ରିଲକୁ ୨୦ ଲୋକସଭା ସିଟ ପାଇଁ ଭୋଟିଂ ହେବ ।

ସୂଚନାଯୋଗ୍ୟ, ଆଗାମୀ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରେ ୨୧ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୯ଟି ଆସନରେ ମତଦାନ ହେବ । ସେହିପରି ମେ’ ୭ ରେ ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟରେ ମତଦାନ ହେବ ।  ସାରା ଦେଶରେ ଏବେ ନିର୍ବାଚନକୁ ନେଇ ଜୋରଦାର ଆଲୋଚନା ହେଉଛି । ବିଭିନ୍ନ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସମର୍ଥକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଜନତାଙ୍କ ମନ ଜିତିବା ସହ ଭୋଟ ହାତେଇବା ପାଇଁ ଚାଲିଛି ନିର୍ବାଚନୀ କସରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.