ଜଳୁଛି ଓଡ଼ିଶା, ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ୩୯.୬ ଓ ଭୁବନେଶ୍ବରରେ ୩୯.୨ ଡିଗ୍ରୀ

ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୩୯.୨, ତାନ୍ଦବାଲିରେ ୩୮.୭ , ଝାରସୁଗୁଡ଼ାରେ ୩୮.୪ ଓ କେନ୍ଦୁଝରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱର : ଜଳୁଛି ଓଡ଼ିଶା। ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୩୯.୨, ତାନ୍ଦବାଲିରେ ୩୮.୭ , ଝାରସୁଗୁଡ଼ାରେ ୩୮.୪ ଓ କେନ୍ଦୁଝରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜିଠୁ ୪ଦିନ ଜଳିବ ସାରା ଓଡିଶା । ଅଧିକାଂଶ ସ୍ଥାନରେ ପାରଦ ୪ରୁ ୬ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବ ।

ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଖରା ତାତି ସାଙ୍ଗକୁ ଛଟପଟ କରିବ ଗୁଳୁଗୁଳି । ରାଜ୍ୟକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଉଥିବାରୁ ତାପମାତ୍ରା ବଢ଼ିବ । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ ।

ଆଜି ୫ ଜିଲ୍ଲା କଟକ , ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ହିଟୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୬ ତାରିଖରୁ ଅସହ୍ୟ ହେବ ତାତି ଓ ଗୁଳୁଗୁଳି । ୧୬ ରେ ୧୨ ଜିଲ୍ଲା ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ତାରିଖ ଯାଏ ତାତିରୁ ନିସ୍ତାର ମିଳିବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.