ଗ୍ରୀଷ୍ମ ଋତୁରେ ଖାଆନ୍ତୁ ମଲବେରି, କୋଷ୍ଠକାଠିନ୍ୟ ସମସ୍ୟା ହେବ ଦୂର

ଗ୍ରୀଷ୍ମ ଋତୁରେ ତରଭୁଜ, ଖରଭୁଜ, ଆମ୍ବ, କାକୁଡି ଏବଂ ମଲବେରି ଭଳି ଅନେକ ଫଳ ମିଳିଥାଏ । ଏହି ସବୁ ଫଳ ମଧ୍ୟରେ ଛୋଟ ମଲବେରି ଏକ ଅତ୍ୟନ୍ତ ଲାଭଦାୟକ ଫଳ ହୋଇଥାଏ । ଯଦିଓ ଏହି ଫଳ ବଜାରରେ ମାତ୍ର ୧ ରୁ ୨ ମାସ ପାଇଁ ଉପଲବ୍ଧ ହୋଇଥାଏ । ଏହାର ଲାଭ ଅଗଣିତ ହୋଇଥାଏ ।

ଗ୍ରୀଷ୍ମ ଆରମ୍ଭ ହୋଇଛି । ନୂଆ ନୂଆ ଫଳ ମଧ୍ୟ ବଜାରକୁ ଆସିବା ଆରମ୍ଭ କରିଛି । ତେବେ ଗ୍ରୀଷ୍ମ ଋତୁରେ ତରଭୁଜ, ଖରଭୁଜ, ଆମ୍ବ, କାକୁଡି ଏବଂ ମଲବେରି ଭଳି ଅନେକ ଫଳ ମିଳିଥାଏ । ଏହି ସବୁ ଫଳ ମଧ୍ୟରେ ଛୋଟ ମଲବେରି ଏକ ଅତ୍ୟନ୍ତ ଲାଭଦାୟକ ଫଳ ହୋଇଥାଏ । ଯଦିଓ ଏହି ଫଳ ବଜାରରେ ମାତ୍ର ୧ ରୁ ୨ ମାସ ପାଇଁ ଉପଲବ୍ଧ ହୋଇଥାଏ । ଏହାର ଲାଭ ଅଗଣିତ ହୋଇଥାଏ । ଯେପରି ପେଟ ରୋଗ, ସ୍ନାୟୁ ପ୍ରଣାଳୀ ଏବଂ ଡାଇବେଟିସ୍‌ ଭଳି ସମସ୍ୟା ପାଇଁ ମଲବେରି ବହୁତ ଉପକାରୀ ହୋଇଥାଏ । ତେବେ ଏହା ସ୍ୱାଦରେ ମିଠା ଓ ଖଟା ଏବଂ ଖାଇବାକୁ ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ । ଏହାର ଅଗଣିତ ଗୁଣ ଯୋଗୁଁ ଲୋକମାନେ ମଲବେରି ଖାଇବାକୁ ପସନ୍ଦ କରନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ମଲବେରିର ଔଷଧୀୟ ଗୁଣ କ’ଣ ?

ମଲବେରି ଔଷଧୀୟ ଗୁଣର ଭଣ୍ଡାର ଭାବରେ ବିବେଚନା କରାଯାଏ । ଆୟୁର୍ବେଦରେ ଅନେକ ରୋଗ ଭଲ କରିବା ପାଇଁ ମଲବେରି ବ୍ୟବହାର କରାଯାଏ । ଏହିପରି ଅନେକ ପୋଷକ ତତ୍ତ୍ୱ ମଲବେରିରେ ମିଳିଥାଏ, ଯାହା ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ । ଆୟୁର୍ବେଦିକ ଡାକ୍ତରଙ୍କ ଅନୁଯାୟୀ, ମଲବେରିରେ ସାଇନାଇଡ୍ ଏବଂ ଗ୍ଲୁକୋସାଇଡ୍ ନାମକ ଫାଇଟୋନ୍ୟୁଟ୍ରିଏଣ୍ଟ୍ ଥାଏ ଯାହା ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ଫିଲ୍ଟର୍ କରିବାରେ କାମ କରିଥାଏ । ଏହା ବ୍ୟତୀତ ଏହା ରକ୍ତ ସଞ୍ଚାଳନକୁ ଭଲ କରିଥାଏ ।

ମଲବେରି ଖାଇବାର ଲାଭ :
ମେଣ୍ଟାଲ ହେଲଥ୍‌ ପାଇଁ ଲାଭଦାୟକ : ମଲବେରୀ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ମଲବେରି ଖାଇବା ସ୍ନାୟୁ ପ୍ରଣାଳୀ ସହିତ ଜଡିତ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ ।

ଡାଇବେଟିସ୍‌ରେ ଲାଭଦାୟକ : ମଲବେରିରେ ମଧ୍ୟ ଏପରି ଗୁଣ ଅଛି ଯାହା ଶରୀରରେ ଇନସୁଲିନ୍ ଉତ୍ପାଦନ ପ୍ରକ୍ରିୟାକୁ ଭଲ କରିଥାଏ । ଏହାର ଅର୍ଥ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ମଲବେରି ଏକ ଲାଭଦାୟକ ଫଳ ହୋଇଥାଏ । ଏହା ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ : ମଲବେରି ପେଟ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ । କୋଷ୍ଠକାଠିନ୍ୟ ସମସ୍ୟାରେ ଏହାର ବ୍ୟବହାର ବହୁତ ଭଲ ହୋଇଥାଏ । ତେବେ ଏଥିପାଇଁ ଆପଣଙ୍କୁ ପ୍ରାୟ ୫ ରୁ ୧୦ ମିଲି ମଲବେରି ନେଇ ଖାଆନ୍ତୁ, ଦେଖିବେ କୋଷ୍ଠକାଠିନ୍ୟ ସମସ୍ୟାରୁ ବହୁତ ଆରାମ ମିଳିବ ।

ଜାଣନ୍ତୁ ଏହାର ଅନ୍ୟାନ୍ୟ ଲାଭ : ଆଖିର ଦୃଷ୍ଟି ଶକ୍ତି ଭଲ କରିଥାଏ । ଏହା ମୁହଁରେ ଚମକ ଆଣିଥାଏ ଏବଂ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ କରିଥାଏ । କେଶକୁ ମଜବୁତ କରିବା ପାଇଁ ମଲବେରି ମଧ୍ୟ ଖାଇବା ଉଚିତ୍ । ଆୟୁର୍ବେଦରେ ମଲବେରି ପତ୍ର ଏବଂ ଗଛର ଛାଲ ମଧ୍ୟ ବ୍ୟବହାର କରାଯାଏ । ଏହାର ଅର୍ଥ ଏହି ଫଳ ୨ ମାସ ପାଇଁ ପ୍ରଚୁର ପରିମାଣରେ ଖାଇବା ଉଚିତ୍ । ଯାହାଫଳରେ ଆପଣ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.