ଅଶ୍ୱେତ ବୟଫ୍ରେଣ୍ଡ୍‌କୁ ନେଇ ଟ୍ରୋଲ କରିଥିବା ଲୋକଙ୍କୁ ମୁହଁ ତୋଡ଼ ଜବାବ ଦେଲେ ବିଲ୍‌ ଗେଟ୍‌ସଙ୍କ ଝିଅ, କିସ୍‌ କରି ସେୟାର କଲେ ଫଟୋ

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ୧୯ ବର୍ଷୀୟ ଝିଅ ଫୋଏବେ ଗେଟ୍‌ସ (Phoebe Gates) କିଛି ଦିନ ତଳେ ନିଜ ବୟଫ୍ରେଣ୍ଡଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରି ଟ୍ରୋଲ ହୋଇଥିଲେ। ଏହି ଫଟୋରେ ସେ ବୟଫ୍ରେଣ୍ଡ୍‌ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଥିଲେ। ଫଟୋ ଭାଇରାଲ ହେବା ପରେ କିଛି ଲୋକ ତାଙ୍କ ବୟଫ୍ରେଣ୍ଡଙ୍କୁ ଅଶ୍ୱେତ କହିବା ସହ ଟ୍ରୋଲ କରିଥିଲେ। ୟୁଜର୍ସଙ୍କ ଏଭଳି କମେଣ୍ଟ ପରେ ଏବେ ମୁହଁ ତୋଡ଼ ଜବାବ ଦେଇଛନ୍ତି ବିଲ ଗେଟ୍ସଙ୍କ ଝିଅ ଫୋଏବେ ଗେଟ୍ସ।

ଷ୍ଟେନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବିଲ୍‌ ଗେଟ୍ସଙ୍କ ଝିଅ Phoebe Gates ନୂଆ ଫଟୋ ସେୟାର କରି ସ୍ପଷ୍ଟ କରିଛନ୍ତି ଯେ ସେ ଉକ୍ତ ବ୍ୟକ୍ତିଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି। ଫଟୋରେ Phoebe Gates ଙ୍କ ବୟଫ୍ରେଣ୍ଡ୍‌ ତାଙ୍କୁ ଗାଲରେ କିସ୍‌ କରୁଥିବାର ନଜର ଆସିଛନ୍ତି ଓ ଫୋଏବେ ମୁରୁକି ମୁରୁକି ହସୁଛନ୍ତି। କୁହାଯାଉଛି ଯେ Phoebe Gates ନିଜ ୫୭ ବର୍ଷୀୟ ମା ମେଲିଣ୍ଡାଙ୍କ ସହ ରହୁଛନ୍ତି।

ଟ୍ରୋଲ ହେବାର ମାତ୍ର କିଛି ଦିନ ପରେ ହିଁ ତଥାକଥିତ ବୟଫ୍ରେଣ୍ଡ୍‌ଙ୍କ ସହ ୧୯ ବର୍ଷୀୟ Phoebe Gates ଙ୍କ ଏହି ଫଟୋ ସାମ୍ନାକୁ ଆସିଛି। ପୂର୍ବରୁ ସେ ଏହି ଅଶ୍ୱେତ ଯୁବକଙ୍କ ସହ ଫଟୋ ସେୟାର କରିଥିଲେ। କିନ୍ତୁ ଲୋକମାନେ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ରଙ୍ଗ ନେଇ ତାଙ୍କୁ ଅନେକ କଥା କହିଥିଲେ। ଏହା ପରେ ଲୋକଙ୍କ ପ୍ରଶ୍ନର ଉତ୍ତରରେ ବିଲ୍‌ ଗେଟ୍ସଙ୍କ ଝିଅ ସିଧାସଳଖ ବୟଫ୍ରେଣ୍ଡ୍‌ ସହ ଫଟୋ ସେୟାର କରିଛନ୍ତି।


ସୂଚନାଯୋଗ୍ୟ ଯେ ଫୋଏବେଙ୍କ ଏହି ଫଟୋରେ ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି- ବିଲ୍‌ ଗେଟ୍ସ ଏହି ସମ୍ପର୍କକୁ ସ୍ୱୀକୃତି ଦେବେ ନାହିଁ। ସେହିପରି ଆଉ ଜଣେ କହିଛନ୍ତି- ଭାଇ, କିଛି ଲୋକ ମାତ୍ର କିଛି ସେକେଣ୍ଡରେ ହିଁ କୋଟିପତି ହୋଇଯାଆନ୍ତି। ପ୍ରକାଶ ଯେ ବିଲ ଗେଟ୍ସଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୨୩.୭ ବିଲିୟନ୍‌ ଡଲାର ରହିଛି।

Also Read: ଏଲନ୍‌ ମସ୍କଙ୍କ ୭୬ ବର୍ଷୀୟ ବାପାଙ୍କ ଚାଞ୍ଚଲ୍ୟକର ଖୁଲାସା: କହିଲେ- ୩୫ ବର୍ଷର ଝିଅ ସହ ଅଛି ଶାରୀରିକ ସମ୍ପର୍କ, ୨ଟି ସିକ୍ରେଟ୍‌ ପିଲା ବି ଅଛନ୍ତି

You might also like