Below header

ଏଲନ୍‌ ମସ୍କଙ୍କ ୭୬ ବର୍ଷୀୟ ବାପାଙ୍କ ଚାଞ୍ଚଲ୍ୟକର ଖୁଲାସା: କହିଲେ- ୩୫ ବର୍ଷର ଝିଅ ସହ ଅଛି ଶାରୀରିକ ସମ୍ପର୍କ, ୨ଟି ସିକ୍ରେଟ୍‌ ପିଲା ବି ଅଛନ୍ତି

ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମାଲିକ ଏଲନ୍‌ ମସ୍କଙ୍କ ୭୬ ବର୍ଷୀୟ ବାପା ଏରୋଲ ମସ୍କ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ତାଙ୍କର ନିଜ ୩୫ ବର୍ଷୀୟ ସାବତ ଝିଅ ଜନ୍‌ ବେଜୁଇଡେନହାଓଟ୍‌ଙ୍କ ସହ ଯୌନ ସମ୍ପର୍କ ରହିଛି ଓ ତାଙ୍କ ଠାରୁ ତାଙ୍କର ୨ଟି ଗୁପ୍ତ ସନ୍ତାନ ବି ଅଛନ୍ତି। ତିନି ବର୍ଷ ତଳେ ତାଙ୍କ ସାବତ ଝିଅ ତାଙ୍କର ଦ୍ୱିତୀୟ ଗୁପ୍ତ ସନ୍ତାନକୁ ଜନ୍ମ ଦେଇଛନ୍ତି।

ରିପୋର୍ଟ ମୁତାବକ, ଏରୋଲ ମସ୍କ ଏକ ବ୍ରିଟିଶ୍‌ ମାଗାଜିନ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ ସ୍ୱୀକାର କରିଛନ୍ତି ଯେ ସେ ଏଲନ୍‌ଙ୍କ ସାବତ ଭଉଣୀ ଜାନା ସହ ଶାରୀରିକ ସମ୍ପର୍କ ରଖିଛନ୍ତି। ୨୦୧୯ ମସିହାରେ ଜାନା ତାଙ୍କ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ କହିବାନୁସାରେ, ପୃଥିବୀରେ କେବଳ ଗୋଟିଏ ହିଁ ଜିନିଷ ରହିଛି, ଯାହା ପାଇଁ ଆମେ ପୁଣିଥରେ ଉତ୍ପାଦନ କରିଥାଉ।

ସୂଚନାଯୋଗ୍ୟ ଯେ ଏରୋଲ ମସ୍କଙ୍କ ବୟସ ୭୬ ବର୍ଷ। ସେ ଦକ୍ଷିଣ ଆଫ୍ରିକାର ଇଞ୍ଜିନିୟର। ତାଙ୍କ କହିବାନୁସାରେ, ତାଙ୍କର ଓ ତାଙ୍କ ଝିଅର ଔରସରୁ ୨୦୧୭ ମସିହାରେ ପ୍ରଥମ ସନ୍ତାନ ଜନ୍ମ ନେଇଥିଲା। ତାଙ୍କ ପ୍ରଥମ ସନ୍ତାନ ଏକ ଝିଅ ଥିଲା। ସେମାନେ ନିଜ ପ୍ରଥମ ସନ୍ତାନ ନାଁ ରଖିଛନ୍ତି ଇଲିୟଟ ରଶ୍‌।


ଜାନା ବେଜୁଇଡେନହାଓଟ୍‌ ହେଉଛନ୍ତି ଏରୋଲଙ୍କ ଦ୍ୱିତୀୟ ପତ୍ନୀ ହାଇଡ୍‌ ବେଜୁଇଡେନ୍‌ହାଓଟ୍‌ଙ୍କ ଝିଅ। ୧୯୭୯ ମସିହାରେ ଏଲନ୍‌ ମସ୍କଙ୍କ ମା’ ମେୟ ହଲ୍ଦମେନ୍‌ ମସ୍କଙ୍କ ଠାରୁ ଛାଡ଼ପତ୍ର ନେବା ପରେ ସେ ତାଙ୍କୁ ବିବାହ କରିଥିଲେ।

Also Read: ଦିଲ୍ଲୀରେ ପୁଣି ଲଜ୍ଜା, ଚଳନ୍ତା କାରରେ ୩ ସାଙ୍ଗ ମିଶି ଲୁଟିଲେ ନାବାଳିକାର ଇଜ୍ଜତ; କଲେ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.