ଗୁଜରାଟରେ ଦିନ ଦିପହରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ଆସାମୀ ଫେରାର

ଗୁଜରାଟରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ଜଣେ ବିଜେପି ନେତାଙ୍କୁ ଦିନ ଦିପହରେ ଦୁବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ଗୁଜରାଟର ବଲସାଡ ଜିଲ୍ଲାରେ ଏକ ମନ୍ଦିରରୁ ପୂଜାର୍ଚ୍ଚନା ସାରି ପରିବାର ସହ ଘରକୁ ଫେରୁଥିଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତା ।

ଅହମ୍ମଦାବାଦ: ଗୁଜରାଟରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ଜଣେ ବିଜେପି ନେତାଙ୍କୁ ଦିନ ଦିପହରେ ଦୁବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ଗୁଜରାଟର ବଲସାଡ ଜିଲ୍ଲାରେ ଏକ ମନ୍ଦିରରୁ ପୂଜାର୍ଚ୍ଚନା ସାରି ପରିବାର ସହ ଘରକୁ ଫେରୁଥିଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତା ।

ଏହି ସମୟରେ ଜଣେ ଅଜ୍ଞାତ ଆତତାୟୀ ତାଙ୍କୁ ଗୁଳି କରି ହତ୍ୟା କରି ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ, ରାଜ୍ୟ ବିଜେପି ଉପାଧ୍ୟକ୍ଷ ଶୈଳେଶ ପଟେଲ ମନ୍ଦିରରୁ ଫେରୁଥିବା ବେଳେ କିଛି ବାଇକ୍ ଆରୋହୀ ତାଙ୍କୁ ୪ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ ।

ଘଟଣାସ୍ଥଳରେ ପଟେଲଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ଅଭିଯୁକ୍ତଙ୍କୁ ଗିରଫ ନକରିବା ଯାଏ ପରିବାର ଲୋକେ ମୃତଦେହ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ସିସିଟିଭି ଫୁଟେଜରୁ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ତଲାସୀ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.