ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଟିମ ଇଣ୍ଡିଆରେ ପରିବର୍ତ୍ତନ, ଜାଣନ୍ତୁ ରାହୁଲଙ୍କ ଜାଗାରେ କିଏ ପାଇଲେ ସୁଯୋଗ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଦଳରେ ପରିବର୍ତ୍ତନ କରିଛି ଭାରତ । ଓପନର କେ.ଏଲ ରାହୁଲ ଆହତ ଥିବା ଯୋଗୁ ତାଙ୍କ ସ୍ଥାନରେ ଏଇ ବ୍ୟାଟରଙ୍କୁ ସୁଯୋଗ ମିଳିଛି

ମୁମ୍ବାଇ : ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଦଳରେ ପରିବର୍ତ୍ତନ କରିଛି ଭାରତ । ଓପନର କେ.ଏଲ ରାହୁଲ ଆହତ ଥିବା ଯୋଗୁ ତାଙ୍କ ସ୍ଥାନରେ ବ୍ୟାଟର ଇଶାନ କିସାନଙ୍କୁ ସୁଯୋଗ ମିଳିଛି । ଆସନ୍ତା ଜୁନ ୭ ତାରିଖରୁ ଇଂଲଣ୍ଡର ଓଭାଲ ଠାରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ପାଇଁ ବିସିସିଆଇ ଇଶାନ କିସାନଙ୍କ ନାମ ସହ ତିନି ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ଘୋଷଣା କରିଛି । ସେମାନେ ହେଲେ ଋତୁରାଜ ଗାଏକୱାଡ, ମୁକେଶ କୁମାର ଏବଂ ସୂର୍ଯ୍ୟ କୁମାର ଯାଦବ ।

ଏମାନଙ୍କ ମଧ୍ୟରୁ ସୂର୍ଯ୍ୟ କୁମାର ଯାଦବ ମାତ୍ର ଗୋଟିଏ ଟେଷ୍ଟ ଖେଳିଛନ୍ତି । କିଛି ଦିନ ଧରି ଖରାପ ଫର୍ମରେ ରହିବ ପରେ ଏବେ ସେ ଫର୍ମକୁ ଫେରିଛନ୍ତି । ଦିନିକିଆ ଓ ଟିଟ୍ୱେଣ୍ଟିରେ ଭଲ ଖେଳିଥିଲେ ମଧ୍ୟ ସୁଯୋଗ ପାଇଥିବା ଏକମାତ୍ର ୭ ମ୍ୟାଚରେ ମାତ୍ର ୮ ରନ କରି ଦଳରୁ ବିଦା ହୋଇଥିଲେ ସୂର୍ଯ୍ୟ କୁମାର ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.