ପରାଜୟର ପୋଷ୍ଟମର୍ଟମ୍‌ ସହ ୨୦୧୯ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁମନ୍ତ୍ର

ଦିଲ୍ଲୀ(କେନ୍ୟୁଜ୍): ୫ଟି ରାଜ୍ୟ ବିଧାନସଭାରେ କାହିଁକି ହାରିଲା ବିଜେପି ? ପରାଜୟର କାରଣ ଖୋଜା ଚାଲିଛି । ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକରେ ଏନେଇ ବିଚାରବିମର୍ଷ କରାଯାଇଛି । ଆଉ ମାସ କେଇଟା ପରେ ୨୦୧୯ ସାଧାରଣ ନିର୍ବାଚନ । ତାପୂର୍ବରୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ହାତରୁ କ୍ଷମତା ଛଡ଼ାଇ ନେଇଛି କଂଗ୍ରେସ । ପରାଜୟର ପୋଷ୍ଟମର୍ଟମ୍‌ ସହ ୨୦୧୯ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁମନ୍ତ୍ର ଦେଇଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବିଜେପିର ସାଂସଦମାନେ ଉପସ୍ଥିତ ଥିଲେ ।

meetପରାଜୟକୁ ପଛରେ ପକାଇ ସାଂସଦମାନଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ତାଉପରେ ଗୁରୁତ୍ୱ ଦେଇଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ୱ । ଏହି ବୈଠକରେ ସମସ୍ତ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ଓ ସଙ୍ଗଠନ ମହାସଚିବ ମଧ୍ୟ ଯୋଗ ଦେଇଥିଲେ । ବିଜେପି ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ୩ ପ୍ରମୁଖ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.