ସାଂସଦଙ୍କ ହାତରେ ଝାଡୁ, ହେମାମାଳିନୀଙ୍କ ଠାରୁ ଅନୁରାଗ ଠାକୁର ପର୍ଯ୍ୟନ୍ତ ସମସ୍ତେ କଲେ ସଫେଇ

ଆଜି ପାର୍ଲିଆମେଣ୍ଟ ପରିସର ଅଧିକ ସ୍ୱଚ୍ଛ ଦିଶୁଛି । କାରଣ ଏହାକୁ ପରିଚ୍ଛନ୍ନ କରିଛନ୍ତି ଖୋଦ୍‌ ସାଂସଦମାନେ । ବିଜେପିର ସାଂସଦ ଓ ମନ୍ତ୍ରୀମାନେ ହାତରେ ଝାଡୁ ଧରି ସଂସଦ ପରିସରକୁ ଓଳାଉଥିଲେ । ଆଜି ସାଂସଦରେ ଏପରି କିଛି ଦୃଶ୍ୟ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ବିଜେପିର ପୋଖତ ନେତା ଏବଂ ସାଂସଦମାନେ ନିଜେ ଝାଡୁ ଲଗାଇଥିଲେ । ଲୋକସଭା ବାଚସ୍ପତି ଓମ ପ୍ରକାଶ ବିରଲାଙ୍କ ଅଧ୍ୟକ୍ଷତାରେ ଏହି ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ ଲୋକତନ୍ତ୍ରର ମନ୍ଦିର ସଂସଦ ପରିସରରେ ମଧ୍ୟ ପହଁଚି ଯାଇଥିଲା । ମଥୁରାର ବିଜେପି ସାଂସଦ ତଥା ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମାମାଳିନୀ ଏବଂ ହମିରପୁର ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଝାଡୁ ଲଗାଇଥିଲେ ।

ମଥୁରାରେ ମଧ୍ୟ ହେବ ସ୍ୱଚ୍ଛ ଭାରତ ଅଭିଯାନ

ଏହି ସ୍ୱଚ୍ଛତା ଅଭିଯାନକୁ ବାଚସ୍ପତି ଓମ ବିର୍ଲା ଶୁଭାରମ୍ଭ କରିଥିଲେ । ସଫେଇ ଅଭିଯାନ ପରେ ହେମାମାଳିନୀ କହିଛନ୍ତି, ଏହା ଏକ ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ । ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ବର୍ଷ ଅବସରରେ ସଂସଦ ପରିସର ମଧ୍ୟ ଆହୁରି ସ୍ୱଚ୍ଛ ହୋଇଛି । ଆସନ୍ତା ସପ୍ତାହରେ ମଥୁରା ଯାଇ ସେଠାରେ ମଧ୍ୟ ଏହି ଅଭିଯାନ ଆରମ୍ଭ କରିବେ ବୋଲି ହେମା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.