Below header

ଦେଶରେ ଦୂର ହେବ ଡାକ୍ତର ସଂକଟ, ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ଚିକିତ୍ସା । ଏଭଳି ଅନେକ ଖବର ଆପଣ ରାଜ୍ୟ ତଥା ସାରା ଦେଶରୁ ପ୍ରତିଦିନ ପାଉଥିବେ । ତେବେ ଡାକ୍ତର ସଂକଟ ଦୂର କରିବା ଲାଗି ସରକାର ଗତ ଦୁଇ ବର୍ଷ ତଳୁ ପ୍ରଚେଷ୍ଟା ଆରମ୍ଭ କରି ସାରିଛନ୍ତି । ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବଢ଼ାଇଛନ୍ତି । ଫଳରେ ଆଗାମୀ ସମୟରେ ଡାକ୍ତର ଅଭାବ ଘଟଣା କମିଯିବ ବୋଲି ଆଶା କରାଯାଉଛି । ସରକାର ପୂର୍ବ ଦୁଇ ବର୍ଷରେ ଏମବିବିଏସରେ ୨୬ ପ୍ରତିଶତରୁ ଅଧିକ ସିଟ୍‌ ବଢ଼ାଇଛନ୍ତି ।

HARSH-1
୨୦୧୭ -୧୮ ଆଉ ୨୦୧୮ -୧୯ ସୁଦ୍ଧା ଏମବିବିଏସର ୫୨୫୦ ସିଟ ବଢ଼ା ଯାଇଛି । ୨୦୧୯ -୨୦କୁ ୧୦,୫୬୫ ସିଟ ବଢ଼ାଇ ଦିଆଗଲା । ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ । ବର୍ତ୍ତମାନ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ବର୍ଷକୁ ୪,୮୦୦ ସିଟ ସଂରକ୍ଷିତ ରଖାଯାଇଛି । ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ପଞ୍ଜୀକୃତ ଏଲୋପାଥିକ୍‌ ଡାକ୍ତର ସଂଖ୍ୟା ୧୧.୬୦କୁ ବଢ଼ାଇବାର ଲକ୍ଷ୍ୟ ରହିଛି । ନିକଟରେ ଦେଶରେ ୮୨ଟି ନୂଆ ମେଡିକାଲ କଲେଜ ଖୋଲା ଯାଇଛି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.