Below header

ବିହାରରେ ଭୀଷଣ ଦୁର୍ଘଟଣା: କଣ୍ଟେନର ସହ ଧକ୍କା ହେଲା ରାଜ୍ୟସଭା ଏମ୍‌ପିଙ୍କ କାର୍‌; ସାଂସଦଙ୍କ ସମେତ ୫ ଗୁରୁତର

ବିହାରର ପାଟନାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ରବିବାର ବିଳମ୍ବିତ ରାତିରେ ବିଜେପିର ରାଜ୍ୟସଭା ସାଂସଦ ସତୀଶ ଚନ୍ଦ୍ର ଦୁବେଙ୍କ ଗାଡ଼ି ସଡ଼କ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ସାଂସଦ ଦୁବେ, ତାଙ୍କ ଅଙ୍ଗରକ୍ଷୀ ଏବଂ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ବିହାରର ପାଟନାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ରବିବାର ବିଳମ୍ବିତ ରାତିରେ ବିଜେପିର ରାଜ୍ୟସଭା ସାଂସଦ ସତୀଶ ଚନ୍ଦ୍ର ଦୁବେଙ୍କ ଗାଡ଼ି ସଡ଼କ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ସାଂସଦ ଦୁବେ, ତାଙ୍କ ଅଙ୍ଗରକ୍ଷୀ ଏବଂ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଗାଡ଼ିରେ ସାଂସଦଙ୍କ ସମେତ ୫ ଜଣ ଥିଲେ।

କୁହାଯାଉଛି ଯେ ସାଂସଦ ଦୁବେ ଗତକାଲି ରାତିରେ ବଗହାରୁ ପାଟନା ଫେରୁଥିଲେ। ଏହି ସମୟରେ ଗାନ୍ଧୀ ସେତୁର ଗାଈଘାଟ ନିକଟରେ ତାଙ୍କ ଗାଡ଼ି ଏକ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ଟି ଭାଙ୍ଗି ଚୁର୍‌ମାର ହୋଇଯାଇଛି।

ଏହି ଦୁର୍ଘଟଣା ପରେ ଗାନ୍ଧୀ ସେତୁ ଉପରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଯାତାୟାତ ଆରମ୍ଭ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ସାଂସଦଙ୍କ ଡ୍ରାଇଭର ଏବଂ ଅଙ୍ଗରକ୍ଷୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସାଂସଦ ଦୁବେ ମଧ୍ୟ ଆହତ ହୋଇଛନ୍ତି। ପାଟନାର ଏକ ଘରୋଇ ଡାକ୍ତରଖାନାରେ ତିନି ଜଣଙ୍କର ଚିକିତ୍ସା ଚାଲିଛି।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସାଂସଦ, ତାଙ୍କ ଅଙ୍ଗରକ୍ଷୀ ଏବଂ ଡ୍ରାଇଭରଙ୍କୁ ଯଥାଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସାଂସଦ ବିପଦମୁକ୍ତ ଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.