ବେଙ୍ଗଲରେ ଧୂଳିସାତ ହେଲା ଆଶା, କିନ୍ତୁ ଆସାମରେ କ୍ଷମତା ବଜାୟ ରଖିଲା ବିଜେପି

କେନ୍ୟୁଜ୍(ବ୍ୟୁରୋ):  ଆସାମରେ କ୍ଷମତା ବଜାୟ ରଖିଲା ବିଜେପି । ଏନଡିଏକୁ ସ୍ପଷ୍ଟ ବହୁମତ । ସରକାର ଗଢ଼ିବାକୁ ୬୪ ଆସନର ଆବଶ୍ୟକତା ଥିବା ବେଳେ ଏହାଠାରୁ ବହୁ ଆଗରେ ରହିଛି ଏନଡିଏ । ବିଜେପିର ସହଯୋଗୀ ଦଳ ଆସାମ ଗଣପରିଷଦ ଓ ୟୁନାଇଟେଡ୍‌ ପିପୁଲ୍‌ସ୍‌ ପାର୍ଟି ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । କ୍ଷମତାକୁ ଫେରିବାକୁ ସ୍ୱପ୍ନ ଦେଖିଥିବା କଂଗ୍ରେସ ପୁଣି ଥରେ ନିରାଶ ହୋଇଛି। ଆସାମରେ ଦମ୍‌ ଲଗାଇ ପ୍ରଚାର କରିଥିଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ। ତେବେ ବଡ଼ ବିଜୟ ସତ୍ତ୍ୱେ ଆସାମରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି, ତାହା ନିଷ୍ପତ୍ତି କରିବା ଏତେ ସହଜ ହେବନି । ଆଉ ଥରେ ମୁଖ୍ୟମନ୍ତ୍ରୀ ଆସନକୁ ଫେରି ନପାରନ୍ତି ସର୍ବାନନ୍ଦ ସୋନୋଓ୍ଵାଲ ।

aam 2

ସେପଟେ କେରଳରେ ଇତିହାସ ରଚିଲା ଏଲଡିଏଫ୍‌ । କେରଳରେ ପ୍ରଥମ ଥର ପାଇଁ କୌଣସି ଦଳ କ୍ରମାଗତ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି। ବାମ ଦଳ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି କେରଳବାସୀ। କେରଳ ସରକାର ଗଢ଼ିବାକୁ ମ୍ୟାଜିକ୍‌ ନମ୍ବର ୭୧ ଥିବା ବେଳେ ବହୁ ଆଗରେ ରହିଛି ଏଲଡିଏଫ୍‌ । ବଡ଼ ବିଜୟ ସହ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପିନାରାୟୀ ବିଜୟନ୍‌ । କେରଳରେ ସରକାର ବଦଳିବାର ପରମ୍ପରା ଥିବାରୁ ବଡ଼ ଆଶା ରଖିଥିଲା କଂଗ୍ରେସ । ରାହୁଲ ଗାନ୍ଧୀ ଘନଘନ ପ୍ରଚାର କରିଥିଲେ। କିନ୍ତୁ ଫେଲ୍‌ ମାରିଲା ରଣନୀତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.