Below header

୧୨୦୦ ଟଙ୍କାରେ ଉପଲବ୍ଧ ହେବ ବ୍ଲାକ୍‌ ଫଙ୍ଗସ ପାଇଁ ଔଷଧ, ଖୁବ୍‌ ଶୀଘ୍ର ଆରମ୍ଭ ହେବ ବିତରଣ

ନୂଆଦିଲ୍ଲୀ : କରୋନା ପରେ ଏବେ ବ୍ଲାକ୍‌ ଫଙ୍ଗସ ସଂକ୍ରମଣକୁ ନେଇ ସବୁଠି ଆତଙ୍କ । ଏହାର ଚିକିତ୍ସାକୁ ନେଇ ଅସୁବିଧା ସୃଷ୍ଟି ହୋଇଥିବା ବେଳେ ଏବେ ଏକ ଆଶ୍ୱସ୍ଥି ଖବର ମିଳିଛି । ବ୍ଲାକ ଫଙ୍ଗସ ପାଇଁ ବାହାରି ପଡିଲାଣି ଔଷଧ । ମହାରାଷ୍ଟ୍ର ବର୍ଘା ସହରରେ ଥିବା ଜେନେଟିକ ଲାଇଫ ସାଇନ୍ସ କମ୍ପାନି ଆଜି ୨୭ ତାରିଖରେ ବ୍ଲାକ୍‌ ଫଙ୍ଗସ ପାଇଁ ଔଷଧ ଏମ୍ପୋଟେରେସିନ୍‌ – ବି ଇଂଜେକ୍‌ସନ୍‌ ନିର୍ମାଣ କରିଥିବା ପ୍ରକାଶ କରିଛି ।

black fungus.JPG
photo credit: punjabkesari.in

କେନ୍ଦ୍ରୀୟ ମନ୍ତ୍ରୀ ନିତିନ୍‌ ଗଡକରିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡ଼ିଛି । ଏହି ଫଙ୍ଗସ୍‌ ସଂକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ମୂଲ୍ୟ ୧୨୦୦ ଟଙ୍କା ରହିଥିବା ଜଣାଯାଇଛି । ଏହି ଔଷଧର ବିତରଣ ସୋମବାର ଅର୍ଥାତ ୩୧ ମଇ ଠାରୁ ଆରମ୍ଭ ହେବ ବୋଲି ଜଣାଯାଇଛି ।
ଏହି ଔଷଧର ଉତ୍ପାଦନ ପାଇଁ ୫ କମ୍ପାନିକୁ ଲାଇସେନ୍ସ ମିଳିଛି

ଏମ୍ଫୋଟେରେସିନ୍‌ –ବି ଔଷଧ କେବଳ ଗୋଟିଏ କମ୍ପାନିକୁ ମିଳିଥିଲା । ହେଲେ ଔଷଧର ଅଭାବକୁ ଦେଖି ଏବେ ୫ ଟି କମ୍ପାନିକୁ ଔଷଧ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି । ଦେଶର ଯେ କୌଣସି କୋଣରେ ବ୍ଲାକ୍‌ ଫଙ୍ଗସର ଔଷଧ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟରେ ରଖି କେନ୍ଦ୍ର ସରକାର ଔଷଧର ଉତ୍ପାଦନ ପାଇଁ ୫ଟି କମ୍ପାନିକୁ ଅନୁମତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.