ବେଙ୍ଗାଲୁରୁ: ପ୍ରସିଦ୍ଧ ରାମେଶ୍ୱରମ୍‌ କାଫେରେ ବିସ୍ଫୋରଣ, ୫ ଆହତ

କର୍ଣ୍ଣାଟକର ବେଙ୍ଗାଲୁରୁରେ ହ୍ଵାଇଟ୍‌ଫିଲ୍ଡ ଅଞ୍ଚଳରେ ଥିବା ପ୍ରସିଦ୍ଧ ରାମେଶ୍ୱରମ୍‌ କାଫେରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି ।

କର୍ଣ୍ଣାଟକର ବେଙ୍ଗାଲୁରୁରେ ହ୍ଵାଇଟ୍‌ଫିଲ୍ଡ ଅଞ୍ଚଳରେ ଥିବା ପ୍ରସିଦ୍ଧ ରାମେଶ୍ୱରମ୍‌ କାଫେରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବାବେଳେ ଏହା ସିଲିଣ୍ଡର ବିସ୍ଫୋରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଆହତ ୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କହି ରଖୁଛୁ ଯେ ରାମେଶ୍ୱରମ୍‌ ବେଙ୍ଗାଲୁରୁର ଅତି ପ୍ରସିଦ୍ଧ ଭୋଜନାଳୟ । ଏଠାରେ ସବୁବେଳେ ଲୋକଙ୍କ ଭିଡ଼ ଲାଗି ରହିଥାଏ । ଏବେ କାଫେରେ ବିସ୍ଫୋରଣ ପରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.