‘ପତ୍ନୀଙ୍କ ମରିବାରେ ସ୍ୱାମୀ ଦାୟୀ ନୁହନ୍ତି…’, ୩୦ ବର୍ଷ ପୁରୁଣା ମାମଲାରେ ଆସିଲା ସୁପ୍ରିମ୍‌କୋର୍ଟଙ୍କ ରାୟ

ସୁପ୍ରିମ୍‌କୋର୍ଟ ଫେବୃୟାରୀ ୨୮ରେ ୩୦ ବର୍ଷ ପୁୁରୁଣା ଏକ ମାମଲାରେ ରାୟ ଶୁଣାଇ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । କୋର୍ଟ କହିଛନ୍ତି, ଏଠି ପତ୍ନୀଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଦାୟୀ ନୁହନ୍ତି ।

ସୁପ୍ରିମ୍‌କୋର୍ଟ ଫେବୃୟାରୀ ୨୮ରେ ୩୦ ବର୍ଷ ପୁୁରୁଣା ଏକ ମାମଲାରେ ରାୟ ଶୁଣାଇ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । କୋର୍ଟ କହିଛନ୍ତି, ଏଠି ପତ୍ନୀଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଦାୟୀ ନୁହନ୍ତି । ସ୍ୱାମୀଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଆଇପିସି ଧାରା ୩୦୬ ଏ ଅଧୀନରେ ଏଭଳି ମାମଲାଗୁଡ଼ିକରେ ସ୍ୱାମୀଙ୍କ ବିରୋଧରେ ନିର୍ଯାତନାର ବଳିଷ୍ଠ ପ୍ରମାଣ ରହିବା ଜରୁରୀ । ଏହି ମାମଲାରେ କୋର୍ଟ ଅଭିଯୁକ୍ତ ସ୍ୱାମୀଙ୍କୁ ମୁକ୍ତ କରିଛନ୍ତି ।

ଧାରା ୧୧୩ ଏ ଅଧୀନରେ ବିବାହର ୭ ବର୍ଷ ଭିତରେ ଯଦି କୌଣସି ମହିଳା ଅସ୍ୱାଭାବିକ ଉପାୟରେ ମୃତ୍ୟୁବରଣ କରନ୍ତି, ତା’ ହେଲେ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ମରିବାକୁ ଉସୁକାଇବା ମାମଲାରେ ଏଫ୍‌ଆଇଆର୍‌ ପଞ୍ଜିକୃତ କରାଯାଇଥାଏ ।

ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ କହିଛନ୍ତି, ମରିବାକୁ ଉସୁକାଇବା ମାମଲାରେ କୌଣସି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କେବଳ ନିର୍ଯାତନା ପର୍ଯ୍ୟାପ୍ତ ନୁହେଁ । ଯଦି କ୍ରମାଗତ ଭାବେ ନିର୍ଯାତନାର ବଳିଷ୍ଠ ପ୍ରମାଣ ରହିଛି, ଯେଉଁଥିପାଇଁ ପତ୍ନୀଙ୍କ ପାଖରେ ମରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ, ତେବେ କୁହାଯାଇପାରିବ ଯେ ମରିବା ଉଦ୍ଦେଶ୍ୟରେ ସ୍ୱାମୀ ନିର୍ଯାତନା ଦେଇଛନ୍ତି ।

ଏହି ମାମଲା ୧୯୯୩ ମସିହାର । ୧୯୯୩ ନଭେମ୍ବର ୧୯ରେ ମହିଳା ବିଷ ପିଇଦେଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମହିଳାଙ୍କ ପରିବାର ଲୋକେ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଧାରରେ ସ୍ୱାମୀଙ୍କ ବିରୋଧରେ ଧାରା ୩୦୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା । ୧୯୯୮ରେ କରନାଲର ଟ୍ରାଏଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.