Below header

ଜଜ୍ ହେବା ପରେ ପ୍ରେମିକା କହିଲେ – ତମେ ମୋ ଲାୟକ୍ ନୁହେଁ, କଥାକୁ ଚ୍ୟାଲେଞ୍ଜ ଭାବରେ ନେଇଗଲେ ଯୁବକ ଆଉ ଜଜ୍ ହୋଇ ଦେଖାଇଲେ

କିଛି ଦିନ ତଳେ ବଲିଉଡର ଏକ ଫିଲ୍ମ ଆସିଥିଲା ସାଦି ମେ ଜରୁର୍ ଆନା । ରାଜକୁମାର ରାଓଙ୍କ ଅଭିନୀତ ଏହି ଫିଲ୍ମରେ ଝିଅ ପିସିଏସ୍ ଅଧିକାରୀ ହେବା ପରେ ହିରୋକୁ ଅପମାନିତ କରାଯାଉଛି । ଆଉ ଏହି ଅପମାନକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରୁଛି ହିରୋ । ଆଉ ହୋଇଯାଉଛି ଝିଅଠୁ ବଡ଼ ଅଫିସର୍ । ଠିକ୍ ଏହି ଭଳି ଫିଲ୍ମର କାହାଣୀ ଭଳି କାହାଣୀ ଦେଖିବାକୁ ମିଳିଛି ୟୁପିର ଗାଜିପୁରରେ ।
ତେବେ ଏହି ରିୟଲ୍ କାହାଣୀର ନାୟକ ହେଉଛନ୍ତି ଅମିତ୍ ବର୍ମା । ଜଜ୍ ହୋଇଯିବା ପରେ ଯେତେବେଳେ ଅମିତଙ୍କୁ ପ୍ରତ୍ୟାଖ୍ୟାନ୍ କରିଦେଲେ ପ୍ରେମିକା ସେତେବେଳେ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ନେଇଥିଲେ ଅମିତ୍ । ଆଉ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ହାସଲ୍ କରିଥିଲେ ୧୫୨ ରାଙ୍କ୍ ।

ସୂଚନା ଅନୁସାରେ, ଅମିତଙ୍କ ବାପାଙ୍କ ସ୍ବପ୍ନ ଥିଲା ଯେ ଜଜ୍ ହୁଅନ୍ତୁ ବୋଲି । ଏଥିପାଇଁ ୨୦୦୪ରେ ଅଲ୍ଲାହାବାଦରେ ଲରେ ଆଡମିଶନ୍ ନେଇଥିଲେ ଅମିତ୍ । କିନ୍ତୁ ଜଜ୍ ହେବାରେ ମନ ନଥିବାରୁ ଅମିତଙ୍କ ପଢା ଅଧାରେ ରହିଯାଇଥିଲା । ଏହା ପରେ ୨୦୧୨ରେ କୋଲକାତାର ଜଣେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା ଅମିତଙ୍କର । ବନ୍ଧୁତ୍ବ ଧୀରେ ଧୀରେ ପ୍ରେମର ରୂପ ନେଇଥିଲା । ଏହା ମଧ୍ୟରେ ପରୀକ୍ଷାରେ ପାସ୍ ହୋଇ ଜଜ୍ ହୋଇଗଲେ ଯୁବତୀ ଜଣଙ୍କ । ଏବଂ ଜଜ୍ ହେବା ପରେ ଅମିତଙ୍କୁ କେମଂଟ୍ କରିବା ଆରମ୍ଭ କରିଥିଲେ । ଏବଂ ପରେ ଅମିତଙ୍କୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରିଥିଲେ।

ତେବେ ଏହାକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଥିଲେ ଅମିତ୍ । ଏବଂ ପୁଣି ଥରେ ଦେଖିବା ଆରମ୍ଭ କରିଥିଲେ ଜଜ୍ ହେବାର ସ୍ବପ୍ନ । ଏବଂ ସିଭିଲ୍ ଜଜ୍ ଏଣ୍ଟ୍ରାସ୍ ପରୀକ୍ଷା ଦେଇ ହାସଲ୍ କରିଥିଲେ ୧୫୨ ରାଙ୍କ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.