Below header

ଚଉଠି ରାତିରେ ପେଟ କାଟିବାରୁ ଯୁବତୀଙ୍କୁ ମେଡିକାଲ ନେଲେ ସ୍ୱାମୀ, ପରଦିନ ଜନ୍ମ ଦେଲେ ସନ୍ତାନ

ବେଳେ ବେଳେ ଏମିତି ଖବର ଜାଣିବାକୁ ମିଳେ, ଯାହାକୁ ଶୁଣିଲେ ପାଦ ତଳୁ ମାଟି ଖସିଯିବ । ଏମିତି ଏକ ଖବର ଜାଣିବାକୁ ମିଳିଛି ଗ୍ରେଟର ନୋଏଡାରେ । ଜଣେ ସଦ୍ୟ ବିବାହିତ ଯୁବତୀ ବିବାହ ପରଦିନ ଜନ୍ମ ଦେଇଛନ୍ତି ଜଣେ କନ୍ୟା ସନ୍ତାନକୁ ।

ଗ୍ରେଟର ନୋଏଡା : ବେଳେ ବେଳେ ଏମିତି ଖବର ଜାଣିବାକୁ ମିଳେ, ଯାହାକୁ ଶୁଣିଲେ ପାଦ ତଳୁ ମାଟି ଖସିଯିବ । ଏମିତି ଏକ ଖବର ଜାଣିବାକୁ ମିଳିଛି ଗ୍ରେଟର ନୋଏଡାରେ । ଜଣେ ସଦ୍ୟ ବିବାହିତ ଯୁବତୀ ବିବାହ ପରଦିନ ଜନ୍ମ ଦେଇଛନ୍ତି ଜଣେ କନ୍ୟା ସନ୍ତାନକୁ ।

ଚଉଠି ରାତିରେ ଉକ୍ତ କନ୍ୟାଙ୍କର ପେଟ କାଟିବାରୁ ସ୍ୱାମୀ ମେଡିକାଲ ନେଇଥିଲେ । ହେଲେ ମେଡିକାଲରେ କନ୍ୟା ଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଖାଲି ସେତିକି ନୁହେଁ କନ୍ୟା ଜଣକ ତା’ ପରଦିନ ଜଣେ ଶିଶୁକୁ ଜନ୍ମ ଦେଇଥିଲେ ।

ରିପୋର୍ଟ ଅନୁଯାୟୀ, ବର ଜଣକ ସିକନ୍ଦରାବାଦରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ଖୁବ ଧୁମଧାମରେ ସମ୍ପନ୍ନ ହେଲା । ଶ୍ୱଶୁର ଘରେ ବୋହୂ ପହଞ୍ଚିବା ପରେ ଖୁବ ସ୍ୱାଗତ ହେଲା । ହେଲେ ଚଉଠି ରାତି ଦିନ କନ୍ୟାଙ୍କ ପେଟରେ ଖୁବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କଲେ ସ୍ୱାମୀ । ଡାକ୍ତର କହିଲେ ଯେ କନ୍ୟା ୭ ମାସର ଗର୍ଭବତୀ ଅଛନ୍ତି ।

ହେଲେ ଏହାକୁ କେହି ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ । ତା’ପରଦିନ କନ୍ୟା ଜଣକ ଏକ ସନ୍ତାନକୁ ଜନ୍ମ ଦେଲେ । ଶ୍ୱଶୂର ଘର ଲୋକେ ଏହା ଦେଖିବା ପରେ ଘବରାଇ ଗଲେ । କ’ଣ କରିବେ ବୁଦ୍ଧି ଦିଶିଲା ନାହିଁ । ଶେଷରେ କନ୍ୟାକୁ ତାଙ୍କ ସନ୍ତାନ ସହ ବାପ ଘରକୁ ପଠାଇ ଦେଲେ ବର ଘର ଲୋକେ ।

ବିବାହ ବେଳେ ମଧ୍ୟ ବର ଘର ଲୋକେ କନ୍ୟାଙ୍କ ପେଟ ଫୁଲିବା ନେଇ ପ୍ରଶ୍ନ କରିଥିଲେ । ହେଲେ କନ୍ୟା ଘର ଲୋକେ ଏହାକୁ ଲୁଚାଇ ଥିଲେ । କନ୍ୟା ଘର ଲୋକେ ଝିଅର ଷ୍ଟୋନ ଅପରେସନ ଯୋଗୁ ପେଟ ଫୁଲିଛି  ବୋଲି କହିଥିବା ବର ଘର ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.