Below header

ଜଣାପଡିଲା ପୁଟିନ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର, ରୁଷ ସେନାର କିଛି ଟପ୍‌ ଅଧିକାରୀ କରିଥିଲେ ସହାୟତା

ରୁଷ୍‌ରେ ପୁଣି ହଲଚଲ୍‌ । ଜଣାପଡିଲା ପୁଟିନ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର । ୱାଗନର ଗ୍ରୁପ୍‌ର ସାଥ୍‌ ଦେଇଥିଲେ ରୁଷ ସେନାର କିଛି ଟପ୍‌ ଅଧିକାରୀ ।  ରୁଷରେ ୱାଗନର ବିଦ୍ରୋହର ଗୋଟିଏ ପରେ ଗୋଟିଏ ପୃଷ୍ଠା ଖୋଲୁଛି।

ରୁଷ୍‌ରେ ପୁଣି ହଲଚଲ୍‌ । ଜଣାପଡିଲା ପୁଟିନ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର । ୱାଗନର ଗ୍ରୁପ୍‌ର ସାଥ୍‌ ଦେଇଥିଲେ ରୁଷ ସେନାର କିଛି ଟପ୍‌ ଅଧିକାରୀ ।  ରୁଷରେ ୱାଗନର ବିଦ୍ରୋହର ଗୋଟିଏ ପରେ ଗୋଟିଏ ପୃଷ୍ଠା ଖୋଲୁଛି। ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନ୍‌ ବିଦ୍ରୋହ କଲେ। ଏବେ ଜଣା ପଡିଛି, ରୁଷ ସେନାର କିଛି ଟପ୍‌ ଅଧିକାରୀ ମଧ୍ୟ ତାଙ୍କୁ ସମମର୍ଥନ କରିଥିଲେ।

ୟୁକ୍ରେନ୍‌ରେ ସାମରିକ ଅପରେସନ୍‌ ଚଳାଇଥିବା ଡେପୁଟି କମାଣ୍ଡର ଜେନେରାଲ୍‌ ସର୍ଗେଇ ସୁରୋଭିକିନ୍‌ଙ୍କୁ ଗିରଫ କରାଯାଇଛି। ଏନେଇ ମସ୍କୋ ଟାଇମ୍ସ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ସୁରୋଭିକିନ୍‌ଙ୍କ ଗିରଫଦାରୀ ସମ୍ପର୍କରେ ରଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କୌଣସି ମନ୍ତବ୍ୟ ଦେଇନାହିଁ।

ଜେନେରାଲ୍‌ ସର୍ଗେଇ ସୁରୋଭିକିନ୍‌। କ୍ରୁରତା ପାଇଁ ତାଙ୍କର ପରିଚୟ ଥିଲା, ଜେନେରାଲ ଆର୍ମାଗେଡନ୍‌। ଦିନେ ରୁଷ ରାଷ୍ଟ୍ରପତିଙ୍କ ପସନ୍ଦର ସେନା ଅଧିକାରୀ ଥିଲେ। ମିଳିଥିଲା ୟୁକ୍ରେନ ବିରୋଧରେ ଚାଲିଥିବା ସ୍ପେସାଲ ମିଲିଟାରୀ ଅପରେସନର ଦାୟିତ୍ୱ। ଅକ୍ଟୋବର ୨୦୨୨ରୁ ଜାନୁଆରୀ ୨୦୨୩ ଯାଏ ଏ ଦାୟିତ୍ୱରେ ଥିଲେ। ଦିନେ ରୁଷ ପାଇଁ ହିରୋ ଥିଲେ, ଏବେ ସେ ଭିଲେନ୍‌ ହୋଇ ସାମ୍ନାକୁ ଆସିଛନ୍ତି।

ଗତ ସପ୍ତାହରେ ରୁଷର ଘରୋଇ ଆର୍ମୀ ଓ୍ଵାଗନର ଗ୍ରୁପର ମୁଖ୍ୟ ପ୍ରିଗୋଜିନ୍‌ ରୁଷ୍‌ର ସାମରିକ ନେତୃତ୍ୱ ବିରୋଧରେ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲେ । ସେବେଠାରୁ ଜେନେରାଲ୍‌ ସର୍ଗେଇ ସୁରୋଭିକିନ୍‌ କେଉଁଆଡେ ଫେରାରଥିଲେ । କୁହାଯାଉଛି ପୁଟିନଙ୍କ ବିରୋଧରେ ବିଦ୍ରୋହ ଚଳାଇଥିବା ୱାଗନର ଗ୍ରୁପ୍‌କୁ ସହଯୋଗ କରିଥିଲେ ସୁରୋଭିକିନ୍‌। ଏହା ପୂର୍ବରୁ ଯୁଦ୍ଧ ସମର୍ଥକ ମିଲିଟାରୀ ବ୍ଲଗର୍‌ ଭ୍ଲାଡିମିର ରୋମାନୋଭ୍‌ କହିଛନ୍ତି, ପ୍ରିଗୋଜିନ୍‌ଙ୍କ ଷଡ଼ଯନ୍ତ୍ର ଫେଲ୍‌ ମାରିବାର ପରଦିନ ସୁରଭିକିନଙ୍କୁ ଗିରଫ କରାଯାଇଥିଲା। ରୋମାନୋଭ ଦାବି କରିଛନ୍ତି ସୁରଭିକିନ ବର୍ତ୍ତମାନ ମସ୍କୋର ଲେଫୋର୍ଟୋଭ ଡିଟେନସନ୍‌ ସେଣ୍ଟରରେ ରଖାଯାଇଛି।

ଏପଟେ ମୋସ୍କୋ ରେଡିଓ ଷ୍ଟେସନର ମୁଖ୍ୟ ସମ୍ପାଦକ ଆଲେକ୍ସାଇ ଭେନେଡିକ୍‌ଟୋଭ ଟେଲିଗ୍ରାମରେ ଲେଖିଛନ୍ତି ସୁରଭିକିନ ତିନି ଦିନ ଧରି ତାଙ୍କ ପରିବାର ସହ ଯୋଗାଯୋଗରେ ନାହାଁନ୍ତି । ମଙ୍ଗଳବାର ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଲିଖିଛି ରୁଷର ସାମରିକ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ସୃଷ୍ଟି କରିବା ପାଇଁ ପ୍ରିଗୋଜିନ୍‌ଙ୍କ ଯୋଜନା ସମ୍ପର୍କରେ ସୁରୋଭିକିନ୍‌ ପୂର୍ବରୁ ଜାଣିଥିଲେ । ତେବେ କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ ଏହି ରିପୋର୍ଟକୁ କାଳ୍ପନିକ କହିବା ସହ ଖାରଜ କରିଦେଇଛନ୍ତି ।

ଗତ ସପ୍ତାହରେ ୱାଗନର ଗ୍ରୁପ୍‌ ରୁଷ୍‌ରେ ବିଦ୍ରୋହ ସୃଷ୍ଟି କରିଥିଲେ । ଦୁଇଟି ସହରରେ ପ୍ରତିରକ୍ଷା ବେସ୍‌ ଦଖଲ କରିବା ପରେ ୨୫ ହଜାର ଓ୍ଵାଗନର ସୈନ୍ୟ ମସ୍କୋ ଆଡ଼କୁ ମାଡ଼ି ଆସିଥିଲେ। ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ବାଟରୁ ଫେରି ଯାଇଥିଲେ ଓ୍ଵାଗନର ସୈନ୍ୟ । ସୁରକ୍ଷାକର୍ମୀ ଏବଂ ବେଲାରୁଷ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଗୃହଯୁଦ୍ଧ ସଙ୍କଟକୁ ଟାଳି ଦିଆଯାଇଥିଲା। ପ୍ରିଗୋଝିନ ବର୍ତ୍ତମାନ ବେଲାରୁଷରେ ଆଶ୍ରୟ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.