କରୋନାର ସଫଳ ଭବିଷ୍ୟବାଣୀ କରୁଥିବା ଜ୍ୟୋତିଷୀଙ୍କ ଦାବି, ୨୦୨୬ରେ ଶେଷ ହେବ ମହାମାରୀର ଚକ୍ର

ବ୍ରିଟେନର ସବୁଠାରୁ ପ୍ରସିଦ୍ଧ ଜ୍ୟୋତିଷୀ କରୋନା ମହାମାରୀ ସମ୍ପର୍କରେ ପାଖାପାଖି ଏକ ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ। ଏଥିସହ ସେ ମହତ୍ତ୍ୱପୂର୍ଣ୍ଣ ତାରିଖ ମଧ୍ୟ ଜାରି କରିଥିଲେ। ବର୍ତ୍ତମାନ ୫୬ ବର୍ଷିୟ ଜ୍ୟୋତିଷୀ ଜେସିକା ଏଡମ୍ସ କହିଛନ୍ତି, କରୋନା ମହାମାରୀ ଆଗକୁ କିପରି ଚାଲିବ। ସୂଚନା ମୁତାବକ ଜ୍ୟୋତିଷୀ ଜେସିକା ଏଡମ୍ସ କହିଛନ୍ତି, ବ୍ରିଟେନରେ କରୋନା ଆଗାମୀ ବର୍ଷ ମଧ୍ୟରେ ଶେଷ ହୋଇଯିବ। ସବୁଠାରୁ ରୋଚକ କଥା ହେଉଛି ଜେସିକା କେବଳ କରୋନା ଭଳି ମହାମାରୀର ଭବିଷ୍ୟବାଣୀ ଏକ ବର୍ଷ ପୂର୍ବରୁ କରିବା ସହ ମହାମାରୀ ବ୍ୟାପିବା ନେଇ ସେ ନିଜର ଜୀବନ ମଧ୍ୟ ବଦଳାଇ ଦେଇଛନ୍ତି।

jyotisiଜେସିକା ଏଡମ୍ସ କରୋନା ସମ୍ପର୍କରେ ଭବିଷ୍ୟବାଣୀ କରିବା ପରେ ନିଜ କାର୍ଯ୍ୟ କରିବାର ସମୟ ଅଧା କରିଦେଇଥିଲେ ଏବଂ ଆଗକୁ ଥିବା ପ୍ରତ୍ୟେକ ପ୍ରୋଗ୍ରାମ ବାତିଲ୍‌ କରିଦେଇଥିଲେ। ଗତ ମାର୍ଚ୍ଚ ମାସରେ ସେ ତାଙ୍କର ଜଣେ ଖାସ୍‌ ବନ୍ଧୁଙ୍କ ପାଇଁ ମଧ୍ୟ ଡିନର୍‌ ପାର୍ଟିର ଆୟୋଜନ କରିଥିବା ବେଳେ ପରିସ୍ଥିତିକୁ ସେ ପାର୍ଟି କ୍ୟାନସଲ୍‌ କରିଦେଇଥିଲେ। ସୂଚନା ଯୋଗ୍ୟ ଯେସିକା ଲଣ୍ଡନରେ ନିଜ ଘର ଛାଡି ତସମାନିଆରେ ରହିବା ପାଇଁ ଚାଲିଯାଇଥିଲେ। ତସମାନିଆରେ ସେ ଏକୁଟିଆ ରହୁଥିବା ବେଳେ ତାଙ୍କ ସହ ୨ଟି କୁକୁର ଏବଂ ଗୋଟିଏ କୁକୁଡା ରହୁଛନ୍ତି। କରୋନା ମହାମାରୀ ଆରମ୍ଭ ହେବା ପୂର୍ବରୁ ଯେସିକା ଏହା ମଧ୍ୟ କହିଥିଲେ, ୧୦ ଜାନୁଆରୀ ୨୦୨୦ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ ପରେ କରୋନାରେ ପ୍ରଥମ ମୃତ ବ୍ୟକ୍ତିଙ୍କ ଖବର ସାମ୍ନାକୁ ଆସିବ।

ଯେତେବେଳେ ଯେସିକା ମହାମାରୀ ବିଷୟରେ ଭବିଷ୍ୟବାଣୀ କରିଥିଲେ ସେହି ସମୟରେ ଅଧିକାଂଶ ଲୋକ ତାଙ୍କ କଥାକୁ ଅଣଦେଖା କରିବା ସହ ଅନେକ ନକଲ ମଧ୍ୟ କରିଥିଲେ। ଆଗକୁ ଯେସିକା ଏହା ମଧ୍ୟ କହିଛନ୍ତି, ଚଳିତ ବର୍ଷ କ୍ରିସମାସ୍‌ ର ୪ ଦିନ ପୂର୍ବରୁ ଏହାର ପରିବର୍ତ୍ତନ ଘଟିବ। ଏହା ମଧ୍ୟ କହିଛନ୍ତି, ଐତିହାସିକ ଚକ୍ରର ମଝିରେ ଆମେସବୁ ଅଛୁ। ମହାମାରୀ କରୋନା ୨୦୨୬ରେ ସମ୍ପୂର୍ଣ୍ଣ ରୂପେ ଶେଷ ହେବ। ଆଗକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି, ଯାହାଦ୍ୱାରା ସବୁକିଛି ବଦଳି ଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.