ରେଲେଓ୍ଵ ପାଇଁ ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କାର ରେଳ ବଜେଟ୍‌

ନୂଆଦିଲ୍ଲୀ: ରେଲେଓ୍ଵ ପାଇଁ ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କାର ରେଳ ବଜେଟ୍‌ ଆବଣ୍ଟନ କରାଯାଇଛି। ୨୦୩୦ ସୁଦ୍ଧା ନୂଆ ରେଳ ଯୋଜନା କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୧ ହଜାର କୋଟି ଟଙ୍କାର ମେଟ୍ରୋ ଯୋଜନା ରହିଛି।

କୋଚି, ନାସିକ୍‌, ଚେନ୍ନାଇ, ନାଗପୁରରେ ହେବ ମେଟ୍ରୋ ସେବା। ଏଣିକି ଦୁଇ ପ୍ରକାରର ହେବ ମେଟ୍ରୋ ସେବା। ମେଟ୍ରୋ ଲାଇଟ୍‌ ଓ ମେଟ୍ରୋ ନ୍ୟୁ ସେବା ଆରମ୍ଭ ହେବ। ମେଟ୍ରୋର ବିସ୍ତାର ପାଇଁ ସହଯୋଗ କରିବେ କେନ୍ଦ୍ର ସରକାର। ଜୁନ୍‌ ୨୦୨୨ରୁ ପଶ୍ଚିମ-ପୂର୍ବ ରେଲେଓ୍ଵ ଫ୍ରେଟ୍‌ କରିଡର ହେବ। ଏଥିପାଇଁ ପରିବହନ ମନ୍ତ୍ରାଳୟକୁ ୧.୧୮ ଲକ୍ଷ କୋଟି ଦିଆଯାଇଛି। ୨୭ଟି ସହରରେ ୧୦୬୦ କିମି ମେଟ୍ରୋ କାର୍ଯ୍ୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.