Below header

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ଖର୍ଚ୍ଚ ହେବ ୨ ଲକ୍ଷ ୨୩ ହଜାର ୮୪୬ କୋଟି, ଆରମ୍ଭ ହେବ ପିଏମ୍‌ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ବରାଦରେ ୧୩୭ ପ୍ରତିଶତ ବୃଦ୍ଧି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ଖର୍ଚ୍ଚ ହେବ ୨ ଲକ୍ଷ ୨୩ ହଜାର ୮୪୬ କୋଟି ଟଙ୍କା। ଭ୍ୟାକସିନ ପାଇଁ ଖର୍ଚ୍ଚ ହେବ ୩୫ ହଜାର କୋଟି ଟଙ୍କା।

ପିଏମ୍‌ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଆରମ୍ଭ ହେବ। ଏଥିରେ ଛଅ ବର୍ଷରେ ଖର୍ଚ୍ଚ- ୬୪, ୧୮୦ କୋଟି ଟଙ୍କା। ୧୭ ହଜାର ଗ୍ରାମାଞ୍ଚଳ ଓ ୧୧ ହଜାର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାହାଯ୍ୟ ଦିଆଯିବ। ୬୦୨ ଜିଲ୍ଲାରେ ହେଲ୍‌ଥ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ କରାଯିବ। ୧୧୨ ଆକାଂକ୍ଷି ଜିଲ୍ଲାରେ ମିଶନ ପୋଷଣ ୨.୦ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.