କୃଷକଙ୍କ ପାଇଁ ବଜେଟ୍‌ରେ ସରକାରଙ୍କ ବଡ଼ ଘୋଷଣା: କୃଷକଙ୍କୁ ଦିଆଯାଇଛି ଦେଢ ଗୁଣା ଅଧିକ MSP, କରାଯିବ ଓ୍ଵାନ୍‌ ନେସନ୍‌ ଓ୍ଵାନ୍‌ ରାସନ୍‌ କାର୍ଡ ବ୍ୟବସ୍ଥା

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଜେଟ୍‌ରେ ସରକାରଙ୍କ ବଡ଼ ଘୋଷଣା । MSP ବ୍ୟବସ୍ଥାରେ ହେବ ପରିବର୍ତ୍ତନ । କୃଷକଙ୍କୁ ଦେଢ ଗୁଣା ଅଧିକ MSP ଦିଆଯାଇଛି । କୃଷକଙ୍କୁ ୭୫ ହଜାର କୋଟିରୁ ଅଧିକ ଦିଆଯାଇଛି। କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ଲକ୍ଷ୍ୟ।

କୃଷକଙ୍କ ପାଇଁ ଏଗ୍ରିକଲଚର ଇନ୍‌ଫ୍ରାଷ୍ଟ୍ରକ୍ଚର ଫଣ୍ଡ ହେବ । ୭୧ କୋଟି ଲୋକଙ୍କ ପାଇଁ ଓ୍ଵାନ୍‌ ନେସନ୍‌ ଓ୍ଵାନ୍‌ ରାସନ୍‌ କାର୍ଡ ବ୍ୟବସ୍ଥା କରାଯିବ। ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା, ଶ୍ରମିକଙ୍କ ପାଇଁ ସର୍ବନିମ୍ନ ବେତନ ଯୋଜନା କରାଯିବ। ଇଣ୍ଟରନେଟ୍‌ ସହ ମଣ୍ଡିକୁ ସଂଯୋଗ କରାଯିବ। E-NAMରେ ଯୋଡି ହେବ ହଜାରେ ମଣ୍ଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.