Below header

ଲଞ୍ଚ୍‌ ହେଲା ୟୁନିୟନ୍‌ ବଜେଟ୍‌ ମୋବାଇଲ ଆପ୍‌, ଏବେ ନିଜ ସୁବିଧାରେ ଦେଖିପାରିବେ ବଜେଟ୍‌; ଏମିତି କରନ୍ତୁ ଡାଉନ୍‌ଲୋଡ୍‌

ଆଜି ଚଳିତବର୍ଷର କେନ୍ଦ୍ରୀୟ ବଜେଟ୍‌ ୨୦୨୧ ଉପସ୍ଥାପିତ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରୁଛନ୍ତି। ଏଥିରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମହିଳା ଓ ଯୁବପିଢ଼ିଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଯଦି ଆପଣ ବି ବଜେଟ୍‌ର ସବୁ ଅପଡେଟ୍‌ ଉପରେ ନଜର ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅନ୍ୟ କୌଣସି ୱେବ୍‌ସାଇଟ୍‌କୁ ଯିବାର ଆବଶ୍ୟକତା ନାହିଁ। କେବଳ ଗୋଟିଏ ମୋବାଇଲ ଆପ୍‌ ମାଧ୍ୟମରେ ଆପଣ ପୂରା ବଜେଟ୍‌ ଉପରେ ନଜର ରଖିପାରିବେ।

କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଖରେ ବଜେଟ୍‌ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ପହଞ୍ଚାଇବା ପାଇଁ ‘Union Budget’ ମୋବାଇଲ ଆପ୍‌କୁ ଲଞ୍ଚ୍‌ କରିଛନ୍ତି। ଏହାକୁ ଏବେ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଉଭୟ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଇଛି। ଆପଣ ଏହାକୁ ମାଗଣାରେ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ୍‌ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିପାରିବେ।

ଏଥିପାଇଁ ପ୍ଲେ-ଷ୍ଟୋର କିମ୍ବା ଆପ୍‌ ଷ୍ଟୋରକୁ ଯାଇ ‘Union Budget’ ଟାଇପ୍‌ କରିବାକୁ ପଡ଼ିବ। ସରକାରଙ୍କ ତରଫରୁ ଲଞ୍ଚ୍‌ କରାଯାଇଥିବା ଏହି ଆପ୍‌ ସହ NIC eGov ଲେଖାଯାଇଛି। ଏହାକୁ ଡାଉନ୍‌ଲୋଡ୍‌ କରି ଇନ୍‌ଷ୍ଟଲ କରିଦିଅନ୍ତୁ। ଏହି ଆପ୍‌ରେ ୟୁଜର୍ସଙ୍କୁ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌ ଭାଷଣ, ଆନୁଆଲ ଫାଇନାନ୍ସିଆଲ ଷ୍ଟେଟ୍‌ମେଣ୍ଟ, ଡିମାଣ୍ଡ ଫର ଗ୍ରାଣ୍ଟସ୍‌, ଫାଇନାନ୍ସ ବିଲ୍‌ ଓ ବଜେଟ୍‌ର ମୁଖ୍ୟ ପଏଣ୍ଟ ବିଷୟରେ ସୂଚନା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.