ଆହୁରି ବଢିବ ତୈଳ ଦର: ପେଟ୍ରୋଲ୍‌ ୨. ୫୦ ଏବଂ ଡିଜେଲ୍‌ ୪ ଟଙ୍କା ହେବ ମହଙ୍ଗା

ନୂଆଦିଲ୍ଲୀ: ମହଙ୍ଗା ହେବ ତୈଳ ଦର। ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି ସରକାର। ଡିଜେଲରେ ଲିଟର ପ୍ରତି ଟଙ୍କା ଓ ପେଟ୍ରୋଲରେ ଅଢେଇ ଟଙ୍କାର ସେସ ଲାଗୁ ହୋଇଛି। ତେବେ ତୈଳ କଂପାନୀ ସେସ ପ୍ରଦାନ ଓ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଛି।

ସେହିଭଳି ବିଦ୍ୟୁତ ଉପକରଣ, ମୋବାଇଲ ଫୋନ, ମୋବାଇଲ ଚାର୍ଜର, ରତ୍ନ ପଥର, ସୋଲାର ଇନଭର୍ଟର, କଟନ୍ ପୋଷାକ, ସିଲ୍କ ପୋଷାକ, ବିଦେଶୀ ଅଟୋ ପାର୍ଟସ, ବିଦେଶୀ ଖାଦ୍ୟ , ମଦ ଦର ମଧ୍ଯ ବଢିଛି ।

ନୂଆ ବ୍ୟବସ୍ଥା ଅନୁଯାୟୀ, ସହରାଞ୍ଚଳରେ ପେଟ୍ରୋଲ ଲିଟର ପାଇଁ ଏଣିକି ମୂଳ ଅବକାରୀ ଶୁଳ୍କ ୧.୪ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୧.୮ ଟଙ୍କାର ଦେବାକୁ ପଡ଼ିବ। ସେହିପରି ସ୍ୱତନ୍ତ୍ର ଅତିରିକ୍ତ ଅବକାରୀ ଶୁଳ୍କ ବାବଦରେ ସହରାଞ୍ଚଳ ଲୋକଙ୍କୁ ଲିଟର ପିଛା ପେଟ୍ରୋଲ ବାବଦରେ ୧୧ ଟଙ୍କା ଓ ଡିଜେଲ ପାଇଁ ୮ ଟଙ୍କା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.