ଆସନ୍ତା ଜାନୁଆରୀ ୩୧ରୁ ଆରମ୍ଭ ହୋଇପାରେ ସଂସଦର ବଜେଟ୍‌ ଅଧିବେଶନ, ବିଶେଷ ଧ୍ୟାନ ରହିବ ସିଏଏ ଉପରେ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩୧ରୁ ଆରମ୍ଭ ହୋଇପାରେ ସଂସଦର ବଜେଟ୍‌ ଅଧିବେଶନ । ସୂଚନା ଅନୁସାରେ ଦୁଇଟି ପର୍ଯ୍ୟାୟରେ ହେବ ବଜେଟ୍‌ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖରେ ଶେଷ ହେବ । ଫେବ୍ରୁଆରୀ ୧ ତାରିଖରେ ସାଧାରଣ ବଜେଟ୍‌ ଉପସ୍ଥାପନ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ ବଜେଟ୍‌ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀ ହେବା ପରେ ସୀତାରମଣ୍‌ ଦ୍ୱିତୀୟ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ।

budgetଅପରପଟେ ମଙ୍ଗଳବାର ଦିନ ରିଲିଜ୍‌ ହୋଇଥିବା ଜିଡିପିର ବର୍ଦ୍ଧିତ ଆକଳନ ଅନୁସାରେ, ୨୦୨୦-୨୧ରେ ଭାରତର ଅର୍ଥନୀତି ୫ ପ୍ରତିଶତ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ଗୋଟିଏ ଦଶନ୍ଧି ମଧ୍ୟରେ ଏହା ହେଉଛି ଆର୍ଥିକ ଅଗ୍ରଗତିର ସବୁଠୁ ମନ୍ଥର ଗତି। କିନ୍ତୁ, ସରକାର ବଜେଟ୍‌ ଘୋଷଣା କରିବା ଉପରେ ହିଁ ସବୁ ନିର୍ଭରଶୀଳ ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି। ତେବେ ବଜେଟ୍‌ ଅଧିବେଶନରେ ବିଶେଷ କରି ଅଧିକ ଧ୍ୟାନ ରହିପାରେ ସିଏଏ ଉପରେ।  ଆର୍ଥିକ ପରିସ୍ଥିତ ସୁଧାରିବା ସଂକ୍ରାନ୍ତରେ ବିରୋଧୀ ଦଳମାନେ ସରକାରଙ୍କୁ ପ୍ରଶ୍ନ ପଚାରିବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.