ଦିଲ୍ଲୀ ଆଜାଦ ନଗରରେ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ ୪ ମହଲା କୋଠା, ୩ମୃତ

ନୂଆଦିଲ୍ଲୀ : ଦିଲ୍ଲୀ ଆଜାଦ ନଗରରେ ଅଘଟଣ। ଭୁଶୁଡିଲା ନିର୍ମାଣାଧୀନ ୪ ମହଲା କୋଠା। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ମାଟିତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ସୂଚନା ପାଇ ଘଟଣାସ୍ଥଳରେ NDRF ଟିମ୍‌ ପହଞ୍ଚି ରେସକ୍ୟୁ ଅପରେସନ୍‌ ଜାରି ରଖିଛି। ସୂଚନା ମୁତାବକ , ଆଜାଦ ମାର୍କେଟରେ ଏକ ବିଲଡିଙ୍ଗ କାମ ଚାଲିଥିଲା। ଆଜି ସକାଳେ ହତାଠ୍‌ ଏହା ଭୁଶୁଡି ପଡିଥିଲା। ଖବର ମିଳିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.