ଟ୍ରାକ୍ଟରକୁ ଧକ୍କା ଦେଲା ବସ୍‌, ୬ ମୃତ, ୬ ଗୁରୁତର

ରାତି ପ୍ରାୟ ୧୧.୧୫ରେ ଉତ୍ତରପ୍ରଦେଶ ଜୋନପୁର ସମଧିଗଞ୍ଜ ନିକଟରେ ଶ୍ରମିକମାନେ ବସିଥିବା ଟ୍ରାକ୍ଟର୍-ଟ୍ରଲି ସହିତ ବସ୍ ଧକ୍କା ଖାଇଲା । ଧକ୍କା ହେବା ଫଳରେ ଟ୍ରାକ୍ଟର ଟ୍ରଲି ଅସନ୍ତୁଳିତ ହୋଇ ଓଲଟି ଯାଇଥିଲା । ଘଟଣାରେ ୬ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି ।

ଉତ୍ତରପ୍ରଦେଶ ଜୋନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଟ୍ରାକ୍ଟର ସହିତ ଯାତ୍ରୀବାହୀ ବସ୍‌ ଧକ୍କା ହେବାରୁ ଏଭଳି ଦୁର୍ଘଟଣା ଘଟିଛି ।

ଖବର ମୁତାବକ, ଉତ୍ତର ପ୍ରଦେଶ ସଡ଼କ ପରିବହନର ଉକ୍ତ ବସଟି ପ୍ରୟାଗରାଜରୁ ଜୌନପୁର ଅଭିମୁଖେ ଯାତ୍ରା କରୁଥିଲା । ରାତି ପ୍ରାୟ ୧୧.୧୫ରେ ସମଧିଗଞ୍ଜ ନିକଟରେ ଶ୍ରମିକମାନେ ବସିଥିବା ଟ୍ରାକ୍ଟର୍-ଟ୍ରଲି ସହିତ ବସ୍ ଧକ୍କା ଖାଇଲା । ଧକ୍କା ହେବା ଫଳରେ ଟ୍ରାକ୍ଟର ଟ୍ରଲି ଅସନ୍ତୁଳିତ ହୋଇ ଓଲଟି ଯାଇଥିଲା ।

ଘଟଣାରେ ୬ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମଛଲିସହର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ମୃତକଙ୍କୁ ଉଦ୍ଧାର କରାଯାଇ ପୋଲିସ ତଦନ୍ତ କରୁଛି ।

ତୋହଫାପୁର ଗାଁରେ ରବିବାର ରାତିରେ ଛାତ ଢଳେଇ କରିବାକୁ ଯାଇଥିବା ଶ୍ରମିକ ଅଲିଶାହପୁର ଗାଁର । ଢଳେଇ କାମ ସରିବା ପରେ ଶ୍ରମିକ ଟ୍ରାକ୍ଟରରେ ଗାଁକୁ ଫେରୁଥିଲେ । ଟ୍ରାକ୍ଟର ସମାଧିଗଂଜ ହାଇେଓ୍ଵରେ ପଶୁଥିବା ବେଳେ ବସ୍‌ ପଛରୁ ଆସି ଧକ୍କା ଦେଇଥିଲା । ପୋଲିସ ମୃତକଙ୍କ ପରିଚୟ ଖୋଜି ପାଇଛି । ସେମାନଙ୍କ ନାମ ନୀରଜ, ରାଜେଶ, ସଂଗ୍ରାମ, ଚାଇ ଅତୁଲ ଏବଂ ଗୋବିନ୍ଦା ବୋଲି ଜଣାପଡିଛି । ସମସ୍ତ ମୃତକ ଅଲୀଶାହପୁର ଏବଂ ବୀରପାଲପୁରର ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.