ଗୁଗୁଲକ୍ରୋମ ବ୍ୟବହାର କରୁଥିଲେ ରୁହନ୍ତୁ ସାବଧାନ, ହାଇ ସିଭିୟରିଟି ୱାର୍ଣ୍ଣିଂ ଜାରି କଲେ ସରକାର

ଗୁଗୁଲକ୍ରୋମ ବ୍ୟବହାର କରୁଥିଲେ ସାବଧାନ ରୁହନ୍ତୁ । ହାଇ ସିଭିୟରିଟି ୱାର୍ଣ୍ଣିଂ ଜାରି କଲେ ସରକାର। ଗୁଗୁଲ କ୍ରୋମ ବ୍ରାଉଜର ବ୍ୟବହାରକାରୀଙ୍କ ପାଇଁ ଆଲର୍ଟ ଜାରି କରିଛି କଂପ୍ୟୁଟର ଇମର୍ଜେନ୍ସୀ ରେସପନ୍ସ ଟିମ୍ ।

ଭୁବନେଶ୍ୱର (କେନ୍ୟୁଜ୍‌): ଗୁଗୁଲକ୍ରୋମ ବ୍ୟବହାର କରୁଥିଲେ ସାବଧାନ ରୁହନ୍ତୁ । ହାଇ ସିଭିୟରିଟି ୱାର୍ଣ୍ଣିଂ ଜାରି କଲେ ସରକାର। ଗୁଗୁଲ କ୍ରୋମ ବ୍ରାଉଜର ବ୍ୟବହାରକାରୀଙ୍କ ପାଇଁ ଆଲର୍ଟ ଜାରି କରିଛି କଂପ୍ୟୁଟର ଇମର୍ଜେନ୍ସୀ ରେସପନ୍ସ ଟିମ୍ । ସରକାରଙ୍କ ଏହି ସାଇବର ସିକ୍ୟୁରିଟି ସଂସ୍ଥା କହିଛି, ସାମାନ୍ୟ ଅସାବଧାନ ହେଲେ ହ୍ୟାକିଂ ଶିକାର ହୋଇ ପାରନ୍ତି । ଆପଣଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହ୍ୟାକ୍ ହୋଇପାରେ। ଗୁଗୁଲକ୍ରୋମକୁ ଅପଡେଟ୍ କରିବାକୁ ପରାମର୍ଶ ଦେଇଛି ଏହି ସଂସ୍ଥା। ମାକ ଏବଂ ଲିନକ୍ସ ପାଇଁ ୧୨୨.୦.୬୨୬୧.୫୭ ପୂର୍ବର ଗୁଗୁଲକ୍ରୋମ ଭର୍ସନ ଏବଂ ୱିଣ୍ଡୋ ପାଇଁ ୧୨୨.୦.୬୨୬୧.୫୭/୫୮ ପୂର୍ବର ଭର୍ସନ ପାଇଁ ବିପଦ ରହିଛି । ବିପଦ ଟାଳିବାକୁ ଗୁଗୁଲକ୍ରୋମ ବ୍ୟବହାରକାରୀଙ୍କୁ କଣ କରିବାକୁ ହେବ ଏବଂ କିଭଳି ମାନୁଆଲି ଗୁଗୁଲକ୍ରୋମକୁ ଅପଡେଟ୍ କରିବାକୁ ହେବ ସେ ନେଇ ସୂଚନା ଦେଇଛି କଂପ୍ୟୁଟର ଇମର୍ଜେନ୍ସୀ ରେସପନ୍ସ ଟିମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.