ଜ୍ଞାନବ୍ୟାପୀ ମାମଲା: ହିନ୍ଦୁ ପୂଜା ଅନୁମତି କାଏମ, ମୁସଲିମ ପକ୍ଷଙ୍କ ଆବେଦନ ଖାରଜ

ଆହ୍ଲାବାଦ ହାଇକୋର୍ଟ ବଡ଼ ନିଷ୍ପତ୍ତି । ଜ୍ଞାନବ୍ୟାପୀର ଏକ କଠୋରୀରେ ହିନ୍ଦୁଙ୍କ ପୂଜାର୍ଚ୍ଚନା ଅନୁମତି ମିଳିଛି । ଅଦାଲତ ମାମଲାର ଶୁଣାଣି କରିବା ପରେ ମୁସଲିମ ପକ୍ଷକୁ ଶକ୍ତ ଝଟ୍କା ଲାଗିଛି । କୋର୍ଟ ମୁସଲିମ ପକ୍ଷଙ୍କ ଆଦେବନକୁ ଖାରଜ କରି କହିଛନ୍ତି ଯେ, ତହଖାନାରେ ପୂଜା ପାଠ ଜାରି ରହିବ ।

ବ୍ୟାସଙ୍କ ତହଖାନାରେ ପୂଜାକୁ ନେଇ ଆହ୍ଲାବାଦ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅଦାଲତ ମାମଲାର ଶୁଣାଣି କରିବା ପରେ ମୁସଲିମ ପକ୍ଷକୁ ଶକ୍ତ ଝଟ୍କା ଲାଗିଛି । କୋର୍ଟ ମୁସଲିମ ପକ୍ଷଙ୍କ ଆଦେବନକୁ ଖାରଜ କରି କହିଛନ୍ତି ଯେ, ତହଖାନାରେ ପୂଜା ପାଠ ଜାରି ରହିବ । ଗତ କିଛି ଦିନ ତଳେ ବାରଣାସୀ ଜିଲ୍ଲା ଜଜ ବ୍ୟାସଙ୍କର ତେହଖାନାରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାର ଅନୁମତି ଦେଇଥିଲେ । ଯାହାପରେ ମୁସଲିମ ପକ୍ଷ ହାଇକୋର୍ଟ ଯାଇଥିଲେ । ସେହି ଆବେଦନକୁ ବର୍ତ୍ତମାନ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଛନ୍ତି । ଏହାପରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି କୁହାଯାଉଛି ।

ହାଇକୋର୍ଟ ଶୁଣାଣି କରି କହିଛନ୍ତି, ବାରଣାସୀ ଜିଲ୍ଲା ଜଜ୍‌ ଗତ କିଛିଦିନ ପୂଜା କରିବାର ଆଦେଶ ଦେଇଥିଲେ, ତାହାହିଁ ଜାରି ରହିବ । ଆହ୍ଲାବାଦ ହାଇକୋର୍ଟର ନ୍ୟାୟମୂର୍ତ୍ତି ରୋହିତ ରଂଜନ ଅଗ୍ରଓ୍ଵାଲଙ୍କ ପୀଠ ଜ୍ଞାନବ୍ୟାପୀ ମସଜିଦକୁ ପରିଚାଳନା କରୁଥିବା ସଂସ୍ଥା ଅନଜୁମନ ଇନ୍ତଜାମିଆ ମସଜିଦ କମିଟି ଦ୍ୱାରା ଦାୟର ହୋଇଥିବା ଅପିଲର ଶୁଣାଣି କରି ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି ।

ସୂଚନାଯୋଗ୍ୟ, ଜାନୁଆରୀ ୩୧ରେ ବାରଣାସୀ ଜିଲ୍ଲା କୋର୍ଟ କହିଥିଲେ ଯେ, ଜ୍ଞାନବ୍ୟାପୀ ମସଜିଦର ଦକ୍ଷିଣ କୋଠରୀରେ ଜଣେ ପୁରୋହିତ ପୂଜାର୍ଚ୍ଚନା କରିପାରିବେ । ଶୈଳେନ୍ଦ୍ର କୁମାର ପାଠକଙ୍କ ଆବେଦନ ଉପରେ ଏହି ରାୟ ଶୁଣାଇଥିଲେ କୋର୍ଟ । କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ଆବେଦନ କରିଥିଲା । ବାରଣାସୀ ଜିଲ୍ଲା କୋର୍ଟଙ୍କ ଆଦେଶ ବିରୋଧରେ ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମସଜିଦ କମିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.