ଚଳନ୍ତା ବସ୍ରେ ଡ୍ରାଇଭରକୁ ଆସିଲା ହାର୍ଟ ଆଟାକ୍ ! ବସ୍ଟି ଅନିୟନ୍ତ୍ରିତ ହୋଇ ପିଟିଲା ଅନେକ ଗାଡି : ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶର ଜବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କୁ ହାର୍ଟଆଟାକ ଆସିବା ଯୋଗୁଁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ୫୦ ଜଣ ଯାତ୍ରୀ ରହିଥିଲେ। ଏହି ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେବା ଯୋଗୁଁ ବସ୍ଟି ଅନିୟନ୍ତ୍ରିତ ହୋଇ ଅନ୍ୟ ଗାଡିକୁ ପିଟିଛି। ଫଳରେ ଅନ୍ୟ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁଯାୟୀ, ଜବଲପୁର ଜିଲ୍ଲାର ଦମୋହା ନାକା ଅଞ୍ଚଳରେ ଡ୍ରାଇଭରଙ୍କୁ ହାର୍ଟଆଟାକ ଆସିଥିଲା । ଯାହାଫଳରେ ଏହି ମେଟ୍ରୋ ବସ୍ ଅନିୟନ୍ତ୍ରିତ ହୋଇ ଲୋକ ଏବଂ ବିଭିନ୍ନ ଯାନରେ ପିଟି ହୋଇ ସଡ଼କର ଏକ କେନାଲ ପାଖରେ ଅଟକି ଯାଇଥିଲା । ଫଳରେ ବସଟି କେନାଲ ଭିତରକୁ ନ ଯାଇ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛି ।
Shocking #CCTV footage of the moving metro bus, the driver of which unfortunately suffered massive heart attack while driving at Jabalpur in MP. The driver died on the spot & 6 people were injured in the accident. @News18India @CNNnews18 pic.twitter.com/HqfeNqFqAx
— Manoj Sharma (@ManojSharmaBpl) December 2, 2022
ହାର୍ଟଆଟାକ ଆସିଥିବା ବସ୍ ଡ୍ରାଇଭରଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା, ଡ଼ାକ୍ତର ଡ୍ରାଇଭରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସୂଚନା ମୁତାବକ, ଡ୍ରାଇଭର ବସ ଚଳାଉଥିବା ସମୟରେ ତାଙ୍କୁ ହାର୍ଟଆଟାକ ଆସିଥିଲା । ଫଳରେ ସେ ସଙ୍ଗେସଙ୍ଗେ ମୃତ୍ୟୁ ବରଣ କରିଥିଲେ । ଏହାପରେ ବସ ଅନିୟନ୍ତ୍ରିତ ହୋଇ ଅଟୋ ରିକ୍ସା ଏବଂ ଦୁଇ ଚକିଆ ଯାନ ଉପରେ ଚଢିଯାଇଥିଲା । ଏହି ଘଟଣାରେ ୬ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ରହିଛନ୍ତି । ମୃତକ ଡ୍ରାଇଭରଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।