Below header

ନିଜ ଉତ୍ସର୍ଗୀକୃତ ସେବା ପାଇଁ ଦିନେ ମିଡ଼ିଆରେ ପାଲଟିଥିଲେ ସେନ୍ସେଶନ, ହେଲେ ଆଜି ସେ ଅବହେଳିତ

ବାଲେଶ୍ୱର(କେନ୍ୟୁଜ୍): ଦିନେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ଯକ୍ରମରେ ହୋଇଥିଲେ ପ୍ରଶଂସିତ। ଉତ୍ସର୍ଗୀକୃତ ସେବା ପାଇଁ ମିଡ଼ିଆର ପାଲଟିଥିଲେ ସେନ୍ସେଶନ। କିନ୍ତୁ ଆଜି ସେ ଅବହେଳିତ ଆଉ ନିଷ୍ପେସିତ।

ସେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ‘ ମିଶନ ଦମନ ‘ କାର୍ଯ୍ଯକ୍ରମର ଜଣେ ମୁଖ୍ଯ ଚରିତ୍ର । ଦମନ ଏହା ଏକ ଓଡ଼ିଆ ଚଳଚିତ୍ରର ନାମ ହୋଇପାରେ ହେଲେ ଏହି ଶବ୍ଦ ଟିର ପ୍ରାସଙ୍ଗିକ ଅର୍ଥ ହେଉଛି ଦୁର୍ଗମ ଅଞ୍ଚଳରେ ମ୍ଯାଲେରିଆ ନିରାକରଣ ଅଭିଯାନ । ହେଲେ ପ୍ରାସଙ୍ଗିକତାକୁ ସୁହାଇଲା ଭଳି ନାମ କାରଣ ହୋଇଥିବା ଦମନ ରେ ନିଃସ୍ବାର୍ଥପର ଭାବେ ସେବା ଓ ତ୍ୟାଗ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ଏହି ଆଦିବାସୀ ଆଶା ଦିଦି ଜଣକ । ଉତ୍ସର୍ଗୀକୃତ ମନୋବୃତ୍ତି ଆଉ ନିରନ୍ତର ସେବା । ସେ ଦୁର୍ଗମ , ଅସାଧ୍ୟ ରାସ୍ତା ହେଉ ଅବା ଗାଁ ଓ ନଗର । ହାତରେ ବ୍ଯାଗ ଖଣ୍ଡିଏ ଧରି ଘର ଘର ବୁଲି ଶିଶୁ ଓ ମାଆ ଙ୍କୁ ସେବା ପ୍ରଦାନ କରୁଥିବା ସେହି ମହିଳା ଜଣକ ହେଉଛନ୍ତି ଯମୁନା ମଣୀ ସିଂ ।

କୁଲଡ଼ିହା ଅବବାହିକାରେ ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ବସବାସ କରନ୍ତି । ରୋଗ ବୈରାଗ ହେଲେ ଜଙ୍ଗଲି ଜଡି ବୁଟି ସହ ଝଡ଼ା ଫୁଙ୍କା ଉପରେ ସମସ୍ତଙ୍କର ବିଶ୍ୱାସ ଥିଲା । ଆଉ ସରଳ ଆଦିବାସୀ ଙ୍କ ମନକୁ ଆଧୁନିକ ଔଷଦ ଦେଇ ବିଶ୍ୱାସ ଜନ୍ମାଇବା ଯେତିକି କଷ୍ଟସାଧ୍ୟ ଥିଲା ସେତିକି ସହଜ ଥିଲା ନିଜ ଭାଷା ରେ ସେମାନଙ୍କୁ ବୁଝାଇ ଉପଶମ କରିବା । ସେ ପ୍ରତିଶ୍ରୁତିବଦ୍ଧ ଥିଲେ ମୋ ଇଲାକାରେ କେହି ମ୍ଯାଲେରିଆରେ ମରିବେ ନାହିଁ । ଆଉ ଏଭଳି ସେବା ପାଇଁ ୨୦୧୫ ମସିହା ନଭେମ୍ବର ମାସରେ ପ୍ରଧାନ ମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ଯକ୍ରମରେ ଯମୁନା ମଣିଁ ଙ୍କ ସେବା କୁ ପ୍ରଶଂସା କରିଥିଲେ । ପରେ ଭୁବନେଶ୍ୱର ନାଇଜର ରେ ୨୦୧୬ ଜାନୁଆରୀ ରେ ପ୍ରଧାନ ମନ୍ତ୍ରୀ ଙ୍କ ସହ ତାଙ୍କର ଭେଟ ମଧ୍ୟ ହୋଇଥିଲା । ତାପରେ ଟିଭି , ଖବର କାଗଜ , ସଭା ସମିତି ମଞ୍ଚ ଆଦିରେ ଯମୁନା ଥିଲେ ମୁଖ୍ଯ ଆକର୍ଷଣ ।

asha didi

ହେଲେ ଏବେ ସେ ଚର୍ଚ୍ଚା ନାହିଁ କି ସେ ସମ୍ମାନ ନାହିଁ । ଗୋଷ୍ଠୀ ଓ ସରକାରୀ ସେବା ମଧ୍ୟରେ ସେତୁ ବନ୍ଧ ବାନ୍ଧୁ ବାନ୍ଧୁ ନିଜେ ଏବେ ଜଞ୍ଜାଳ ଗ୍ରସ୍ତ ଆଉ ଅସହାୟ ମନେ କରୁଛନ୍ତି । ସରକାର ଙ୍କ ମିଶନ ଦମନ କାର୍ଯ୍ଯକ୍ରମ ଭଳି ଆନୁଷ୍ଠାନିକ ପ୍ରସବ , ଗର୍ଭବତୀ ମହିଳା ଓ ଶିଶୁ ଙ୍କ ଟୀକାକରଣ , ପୁରୁଷ ଓ ମହିଳାଙ୍କ ବନ୍ଧ୍ଯାକରଣ ଅସ୍ତ୍ରୋପଚାର , ଟିବି ରୋଗୀଙ୍କ ନିୟମିତ ଔଷଧ ପ୍ରଦାନ , ଆନୁଷ୍ଠାନିକ ଗର୍ଭପାତ , ମ୍ଯାଲେରିଆ ନିରାକରଣ , ପ୍ରଜନନ କ୍ଷମ ଦମ୍ପତ୍ତି ଙ୍କ ତଥ୍ଯ ରଖିବା କାର୍ଯ୍ଯରେ ଏବେବି ସେବା ଓ ତ୍ୟାଗ କୁ ସର୍ବସ୍ୱ କରି ଘରଘର ବୁଲି ସେବା ଯୋଗାଉଥିବା ବେଳେ , ଏହି ଚରିତ୍ରଟି ପ୍ରତି ମୁହୂର୍ତ୍ତରେ ଅଭାବ ଅନଟନ ,ଘାତ ଓ ପ୍ରତିଘାତ କୁ ସାମ୍ନା କରି ବଞ୍ଚିଛି ।

ସେତେବେଳେ ନେତା ମନ୍ତ୍ରୀ ଓ ସମାଜସେବୀ ମାନେ ଫଟୋ ଉଠାଇ ନିଜର ପ୍ରଚାର ଓ ଶସ୍ତା ଲୋକପ୍ରିୟତା ପାଇଁ ଦୌଡ଼ି ଆସୁଥିଲେ । ଏବେ ସେଇ ଚର୍ଚ୍ଚା ଆଉ ନାହିଁ ବ୍ଯତିକ୍ରମ ଏତିକି ସେ ଯେ କେବଳ ତେଣ୍ଡା ଗାଁ ର ଦୁର୍ଗମ ଅଞ୍ଚଳରେ ଆଶା ଯମୁନା । ଖାଲି ସେତିକି ନୁହଁ । ଯେତିକି କାମ କୁ ସେତିକି ଦରମା ଆଧାରରେ ନିଜର କାର୍ଯ୍ଯ ତୁଲାଉ ଥିବା ବେଳେ ବର୍ତ୍ତମାନ ମୋତିଆ ବିନ୍ଦୁ ଅପରେସନ , ନବଜାତ ଶିଶୁର ଘରୋଇ ଯତ୍ନ , ଅଣ ସଂକ୍ରାମକ ରୋଗର ଚିହ୍ନଟ , ଜଳ ବହିତ ରୋଗ ଓ ବାହକ ରୋଗ ସଚେତନତା ଭଳି ଅଧିକ ଦାୟିତ୍ବ କରୁଛନ୍ତି ।

ଫାଭିଓ: ସେତେବେଳେ ଅନେକ ପ୍ରତିଶ୍ରୁତି ମିଳିଥିଲା ହେଲେ ଗୋଟିଏ ବି ପୂରଣ ହୋଇ ନାହିଁ । ସେଇ ଚାଳ ଛପର ଘରେ ଏବେବି ରହିଥିବା ବେଳେ କିଛି ଦିନ ହେବ ନିଜ ପିଉସୀଙ୍କ ଘରେ ଆଶ୍ରା ନେଇଛନ୍ତି । ଦାୟିତ୍ୱର ବୋଝକୁ ଏଣେ ପରିବାର ଓ ଛୁଆ ପିଲା କୁଟୁମ୍ବ। ନିଜ ସ୍ୱାମୀ ଙ୍କ ସହଯୋଗ ଯୋଗୁଁ ସେ ଅଧିକ କାମ କରିବାକୁ ଉତ୍ସାହ ପାଉଥିଲେ ମଧ୍ଯ ଏବେବି ସେ ହାରୀ ନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.