ଗୋପାଳପୁର ପୋଲିସର ବର୍ବରତା: ହାଜତରେ ୨ଘଣ୍ଟା କାଳ ପିଟିପିଟି ବ୍ୟବସାୟୀଙ୍କୁ କଲେ ଲହୁଲୁହାଣ

କନ୍ଧମାଳ(କେନ୍ୟୁଜ୍):ଗଞ୍ଜାମ ଜିଲ୍ଲା ଗୋପାଳପୁର ପୋଲିସର ବର୍ବରତା । ହାଜତରେ ଦୁଇଘଣ୍ଟା କାଳ ପିଟିପିଟି ବ୍ୟବସାୟୀଙ୍କୁ ଲହୁଲୁହାଣ କଲେ ପୋଲିସ । କନ୍ଧମାଳ ଜିଲ୍ଲା ରାଇିକିଆର ବ୍ୟବସାୟୀ ସୁମନ୍ତ ସାହୁଙ୍କୁ ଥାର୍ଡ ଡିଗ୍ରୀ ଟର୍ଚର କରିଥିବା ଅଭିଯୋଗ ହୋଇଛି। ଏନେଇ ରାଇକିଆ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବ୍ୟବସାୟୀ ଓ ତାଙ୍କ ପତ୍ନୀ । ଅଭିଯୋଗ ପରେ ଗୋପାଳପୁର ଥାନା ଅଧିକାରୀଙ୍କୁ ବ୍ରହ୍ମପୁର ପୋଲିସ କାର୍ଯ୍ୟାଳୟକୁ ବଦଳି କରାଯାଇଛି।

ଅଭିଯୋଗ ଅନୁଯାୟୀ, ସ୍ମୃତିରାଣୀ ନାମକ ଜଣେ ମହିଳାଙ୍କ ଠାରୁ ସୁମନ୍ତ ସୁଧ ବାବଦରେ କିଛି ଟଙ୍କା ନେଇଥିଲେ । କିଛି ଫେରାଇଥିବାବେଳେ ଆଉ କିଛି ବାକି ଥିଲା। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ ପରେ ଗୋପାଳପୁର ପୋଲିସ ସିଭିଲ୍‌ ଡ୍ରେସରେ ଆସି ସୁମନ୍ତଙ୍କୁ ଘରୁ ଉଠାଇ ନେଇଥିଲା। ଥାନାରେ ତାଙ୍କୁ ନିସ୍ତୁକ ମାଡ ମାରିବା ଯୋଗୁ ଗୁରୁତର ହୋଇଥିଲେ। ଫଳରେ ସୁମନ୍ତଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ପରେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ। ଏନେଇ ସୁମନ୍ତ ଏବଂ ତାଙ୍କ ସ୍ତ୍ରୀ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କୁ ଭେଟି ଜଣାଇଛନ୍ତି । ଏନେଇ ଗୋପାଳପୁର ଥାନା ଅଧିକାରୀ ଓ ସ୍ମୃତିରେଖାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ। ସେପଟେ ସୁମନ୍ତ କହିଛନ୍ତି, ସମସ୍ତ ଟଙ୍କା ସେ ଫେରସ୍ତ କରିଛନ୍ତି। କିନ୍ତୁ ଭୁଲବଶତଃ ଋଣ ଆଣିବା ବେଳେ କରିଥିବା ଏଗ୍ରିମେଣ୍ଟ ପେପର ଆଣିନଥିଲେ। ତାର ସୁଯୋଗ ନେଇ ସ୍ମୃତିରେଖା ପୁଣି ଦାବି କରିଥିଲେ।