ଦିନରାତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂଜା କରୁଥିବା ବୁସା କୃଷ୍ଣାଙ୍କ ହୃଦଘାତରେ ପରଲୋକ, ଗାଁରେ ସ୍ଥାପନ କରିଥିଲେ ୬ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂଜା କରୁଥିବା ବୁସା କୃଷ୍ଣାଙ୍କ ହୃଦଘାତରେ ପରଲୋକ ଘଟିଛି। ଟ୍ରମ୍ପଙ୍କର ବଡ଼ ପ୍ରଶଂସକ ଥିବା କୃଷ୍ଣା ଗତବର୍ଷ ହିଁ ନିଜ ଗାଁ ତେଲେଙ୍ଗାନାର ମେଦକରେ ତାଙ୍କର ଏକ ୬ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ସେ ଟ୍ରମ୍ପଙ୍କର ପୂଜା କରିଆସୁଥିଲେ। କୁହାଯାଉଛି କି, ଟ୍ରମ୍ପଙ୍କ ଲମ୍ବା ଆୟୁଷ ପାଇଁ କୃଷ୍ଣା ଶୁକ୍ରବାର ଦିନ ବ୍ରତ ମଧ୍ୟ ରଖୁଥିଲେ। ତାଙ୍କ କହିବା ଥିଲା, ଟ୍ରମ୍ପଙ୍କ ମୂର୍ତ୍ତିକୁ ୧୫ଜଣ ଶ୍ରମିକ ମିଶି ଗୋଟିଏ ମାସରେ ନିର୍ମାଣ କରିଥିଲେ।

fvfv

dff

ggd

ଚଳିତ ବର୍ଷ ପ୍ରାରମ୍ଭରେ କୃଷ୍ଣା ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ଅପିଲ ମଧ୍ୟ କରିଥିଲେ। ସେ ଟ୍ରମ୍ପଙ୍କୁ ଏତେ ଭଲ ପାଉଥିଲେ ଯେ ଗାଁରେ ଲୋକେ ତାଙ୍କୁ ଟ୍ରମ୍ପ ନାଁରେ ହିଁ ଡାକୁଥିଲେ। ତାଙ୍କ ଘର ମଧ୍ୟ ‘ଟ୍ରମ୍ପ ହାଉସ’ ନାଁରେ ଜଣାଶୁଣା ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.