ବଢିଲା ଭାରତର ଶକ୍ତି, ବାୟୁସେନାରେ ସାମିଲ ହେଲା C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଭାରତର ବାୟୁସେନାର ଶକ୍ତି ବଢାଇବା ପାଇଁ C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସାମିଲ ହୋଇଛି । ୨୦୨୬ ସୁଦ୍ଧା ପ୍ରାୟ ୫୬ଟି C-295 ଏୟାରକ୍ରାଫ୍ଟ ବାୟୁସେନାରେ ସାମିଲ ହେବ । ଏଥିରୁ ୪୦ଟି ଭାରତରେ ନିର୍ମାଣ କରାଯିବ।

ଭାରତୀୟ ବାୟୁସେନାରେ ସାମିଲ ହେଲା C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ଗାଜିଆବାଦର ଭଦୋଦରା ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନାକୁ ଏହି ଏୟାରକ୍ରାଫ୍ଟ ହସ୍ତାନ୍ତର କରିଛନ୍ତି। ଏହା ସହ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଡ୍ରୋନ ଶକ୍ତି ସମାରୋହରେ ସାମିଲ ହୋଇଥିଲେ।

ପ୍ରଥମେ ପ୍ରୋଗ୍ରାମ C-295 ଔପଚାରିକ ଭାବେ ଏୟାରଫୋର୍ସରେ ସାମିଲ କରାଯାଇଛି । ୨୦୨୬ ସୁଦ୍ଧା ପ୍ରାୟ ୫୬ଟି C-295 ଏୟାରକ୍ରାଫ୍ଟ ବାୟୁସେନାରେ ସାମିଲ ହେବ । ଏଥିରୁ ୪୦ଟି ଭାରତରେ ନିର୍ମାଣ କରାଯିବ। ସେପ୍ଟେମ୍ବର ୧୩ରେ ଫ୍ରାନ୍ସ ଠାରୁ ପ୍ରଥମ C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଗ୍ରହଣ କରିଥିଲେ ଏୟାର ଚିଫ ମାର୍ସଲ ଭିଆର ଚୌଧୁରୀ ।

ସ୍ପେନରୁ ପ୍ରାୟ ୬ହଜାର ୮୫୪ କିଲୋମିଟର ଅତିକ୍ରମ କରି ଭଦୋଦରା ୨୦ ତାରିଖରେ ପହଞ୍ଚିଛି C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ଏହାକୁ ଉଡାଇବାକୁ ବାୟୁସେନା ପ୍ରଥମ ବ୍ୟାଚ ପାଇଲଟ ପ୍ରଶିକ୍ଷଣ ନେଇସାରିଛନ୍ତି । ଏବେ ଦ୍ବିତୀୟ ବ୍ୟାଚର ଟ୍ରେନଂ ଚାଲିଛି। ଭାରତ ପାଇଁ ଏହି ବିମାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ଟ୍ରାନ୍ସପୋର୍ଟ ବିମାନ ଦ୍ବାରା ସୈନିକ, ଯୁଦ୍ଧାସ୍ତ୍ର, ଇନ୍ଧନ ଓ ହାର୍ଡୱେର ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପହଞ୍ଚାଇବାକୁ ସହଜ ହେବ।

୫୬ଟି C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ଦାମ୍‌ ୨୧,୯୩୫ କୋଟି ଟଙ୍କା । ୧୬ଟି ବିମାନ ଏୟାରବସ୍‌ ସ୍ପେସ ଆଣ୍ଡ ଡିଫେନ୍ସ କମ୍ପାନୀ ନିର୍ମାଣ କରିବ । ୪୦ ବିମାନ ଟାଟା ଏବଂ ଏୟାରବସ୍‌ ମିଶି କରିବ । ୩୧ ଅକ୍ଟୋବର ୨୦୨୨ରୁ ପିଏମ ମୋଦି ଉଦ୍‌ଘାଟନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.