Below header

ଏସୀୟ କ୍ରୀଡା : ମହିଳା କ୍ରିକେଟ ଟିମକୁ ମିଳିଲା ସ୍ୱର୍ଣ୍ଣ, ଫାଇନାଲରେ ଶ୍ରୀଲଙ୍କାକୁ ହରାଇଲା

ଏସିଆନ୍ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମକୁ ସ୍ୱର୍ଣ୍ଣ ମିଳିଛି । ଶ୍ରୀଲଙ୍କାକୁ ହରାଇ ଭାରତ ସ୍ୱର୍ଣ୍ଣ ଜିତିଛି । ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୧୬ ରନ୍‌ କରିଥିଲା। ଯାହାର ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ମାତ୍ର ୯୭ ରନ କରିପାରିଥିଲା ।

ଚୀନ୍ ହାଙ୍ଗଝୋଉ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମକୁ ସ୍ୱର୍ଣ୍ଣ ମିଳିଛି । ଶ୍ରୀଲଙ୍କାକୁ ହରାଇ ଭାରତ ସ୍ୱର୍ଣ୍ଣ ଜିତିଛି । ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୧୬ ରନ୍‌ କରିଥିଲା। ଯାହାର ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ମାତ୍ର ୯୭ ରନ କରିପାରିଥିଲା । ଭାରତ ପକ୍ଷରୁ ତିତାସ ସାଧୁ ସର୍ବାଧିକ ୩ଟି ଓ୍ଵିକେଟ ନେଇଛନ୍ତି ।

ସୂଚନାଯୋଗ୍ୟ, ଏସିଆ କ୍ରୀଡାରେ ସୁଟିଂରୁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଥିଲା ଭାରତ । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ରୁଦ୍ରାଂଶ୍ ପଟେଲ, ଐଶ୍ବର୍ଯ୍ୟ ପ୍ରତାପ ତୋମର ଓ ଦିବ୍ୟାଂଶ ସିଂ ପନୱାର । ଆଜିର ଦୁଇଟି ସ୍ୱର୍ଣ୍ଣ ସହିତ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚିଛି ।

ଏହା ବ୍ୟତୀତ ଐଶ୍ବର୍ଯ୍ୟ ପ୍ରତାପ ସିଂ ତୋମାର ବ୍ୟକ୍ତିଗତ ୧୦ ମିଟର ଏୟାର ରାଇଫଲରେ ବ୍ରୋଞ୍ଜ ଜିତିଛନ୍ତି । ଭାରତ ଆଜି ରୋଇଂରେ ଭଲ ପ୍ରଦର୍ଶନ କରି ଦୁଇଟି ବ୍ରୋଞ୍ଜ ପଦକ ଜିତିଛି । ଭାରତୀୟ ସୁଟିଂ କଣ୍ଟିଜେଣ୍ଟରେ ଦିବ୍ୟାଙ୍ଗ ସିଂ ପାନୱାର, ରୁଦ୍ରାକ୍ଷ ବାଲାସାହେବ ପାଟିଲ ଏବଂ ଐଶ୍ବର୍ଯ୍ୟ ପ୍ରତାପ ସିଂ ତୋମାର ରହିଛନ୍ତି । ଭାରତର ଏହି ଦଳ ମୋଟ ୧୮୯୩.୭ ପଏଣ୍ଟ ହାସଲ କରି ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିବାରେ ସଫଳ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.