Below header

ସବୁଠାରୁ ବଡ଼ ପର୍ଣ୍ଣସାଇଟ୍‌କୁ ବନ୍ଦ କରିବାକୁ କ୍ୟାମ୍ପେନିଂ, ବଳାତ୍କାର ଓ ଯୌନ ଶୋଷଣର ଭିଡିଓରୁ ଟଙ୍କା କମାଉଥିବା ଅଭିଯୋଗ

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଓ ଯୌନ ଶୋଷଣ ଭଳି ଘଟଣାକୁ ରୋକିବା ପାଇଁ ସବୁ ଦେଶରେ ଭିନ୍ନ ଭିନ୍ନ ଆଇନ୍‌ ତିଆରି କରାଯାଇଛି। ଏଥିସହ ଆଡଲ୍ଟ କଣ୍ଟେଣ୍ଟ ଦେଉଥିବା ୱେବସାଇଟ୍‌କୁ ମଧ୍ୟ ବ୍ୟାନ୍‌ କରିଦିଆଯାଇଛି। ତଥାପି ଏହି ପ୍ରକାରର ଘଟଣା ବନ୍ଦ ହେବା ନାଁ ଧରୁନି। ଏବେ ସବୁଠାରୁ ବଡ଼ ପର୍ଣ୍ଣ ୱେବ୍‌ସାଇଟ୍‌ ବିରୋଧରେ କ୍ୟାମ୍ପେନିଂ ଆରମ୍ଭ ହୋଇଛି।

porn hub

ବଳାତ୍କାର ଓ ଯୌନ ଶୋଷଣ ସହ ଜଡ଼ିତ ଭିଡିଓରୁ ରୋଜଗାର କରୁଥିବା ପର୍ଣ୍ଣ ସାଇଟ୍‌କୁ ବନ୍ଦ କରିବା ପାଇଁ ଲୋକେ କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି। ଏହି କ୍ୟାମ୍ପେନିଂରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଛନ୍ତି। ଏଥିରେ ଲୋକମାନେ ହସ୍ତାକ୍ଷର କରି ନିଜ ସମର୍ଥନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସବୁଠାରୁ ବଡ଼ ପର୍ଣ୍ଣ ସାଇଟ୍‌ ପର୍ଣ୍ଣ ହବ୍‌(porn hub) ବିରୋଧରେ change.org ତରଫରୁ କ୍ୟାମ୍ପେନିଂ କରାଯାଇଛି।

pornhub2

କ୍ୟାମ୍ପେନିଂ ଚଳାଉଥିବା ଲୋକଙ୍କ କହିବାନୁସାରେ ପର୍ଣ୍ଣହବ୍‌ ନିଜ ସାଇଟ୍‌ରେ ଆପତ୍ତିଜନକ ଭିଡିଓକୁ ହଟାଇବାରେ ସଫଳ ହେଉନାହାନ୍ତି। ଏହି ୱେବ୍‌ସାଇଟ୍‌ରେ ପୂର୍ବରୁ ମଧ୍ୟ ବଳାତ୍କାର ଓ ଯୌନ ଶୋଷଣର ଭିଡିଓ ଅପଲୋଡ କରାଯାଇ ଟଙ୍କା ରୋଜଗାର କରାଯାଉଥିବା ଅଭିଯୋଗ ହୋଇଛି।

pornhub

ମିଡିଆ ରିପୋର୍ଟ ମୁତାବକ change.org ନାମକ ଆମେରିକୀୟ ସମୂହ ପର୍ଣ୍ଣ ହବ୍‌ ବିପକ୍ଷରେ କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି। ଏହି କ୍ୟାମ୍ପେନିଂକୁ ବ୍ରିଟେନର କର୍ମଚାରୀ ମଧ୍ୟ ସମର୍ଥନ କରୁଥିବା ଦେଖାଯାଇଛି। ଏହି କ୍ୟାମ୍ପେନିଂର ନାଁ ରଖାଯାଇଛି ‘ପର୍ଣ୍ଣ ହବ୍‌କୁ ବନ୍ଦ କର ଓ ଟ୍ରାଫିକିଂରେ ସହଯୋଗ କରିବା ପାଇଁ ଏହାର ଏକଜିକ୍ୟୁଟିଭ୍‌ଙ୍କ ଦାୟିତ୍ୱକୁ ସୁନିଶ୍ଚିତ କରନ୍ତୁ’।

porn_ban

ସୂଚନାଯୋଗ୍ୟ ଯେ ପର୍ଣ୍ଣହବ୍‌ ୟୁରୋପର ଲଗଜମବର୍ଗ ସ୍ଥିତ ଏକ କମ୍ପାନୀ। ଏହାର ଅନ୍ୟକେନ୍ଦ୍ର ମଣ୍ଟ୍ରିଆଲ୍‌, ଲଣ୍ଡନ ଓ ଲସ୍‌ଏଞ୍ଜେଲେସ୍‌ରେ ମଧ୍ୟ ରହିଛି। ତେବେ ଏନେଇ ହୋଇଥିବା ସମସ୍ତଙ୍କ ଅଭିଯୋଗକୁ ପର୍ଣ୍ଣ ହବ୍‌ କମ୍ପାନୀ ଭିତ୍ତିହୀନ କହିବା ସହ ସମସ୍ତ ନାବାଳିକାଙ୍କ ଭିଡିଓ ତଥା ଆପତ୍ତିଜନକ ଭିଜୁଆଲକୁ ହଟାଇବାକୁ ପ୍ରତିଶ୍ରୁତି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.