କରୋନା ଭାଇରସ୍‌ରେ ଆକ୍ରାନ୍ତ ଭାରତୀୟଙ୍କ ମୃତ୍ୟୁ, ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କର୍ଣ୍ଣାଟକର କଲବୁର୍ଗାରେ କରୋନା ଭାଇରସ୍‌ରେ ଜଣେ ୭୬ ବର୍ଷୀୟ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି। କରୋନା ଭାଇରସ ଯୋଗୁ ଏହା ଭାରତରେ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବୁଧବାର କହିଛି ଯେ ଏକ ଅଫିସିଆଲ ନୋଟ୍‌ରେ ମୃତକଙ୍କୁ ଚିହ୍ନଟ କରାଯାଇ ତାଙ୍କ ନାଁ ମହମ୍ମଦ ହୁସେନ୍‌ ସିଦ୍ଧିକି ବୋଲି କୁହାଯାଉଛି। ମଙ୍ଗଳବାର ଦିନ ସରକାରୀ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଥିଲା।

corona death

ବିଭାଗୀୟ ଅଧିକାରୀଙ୍କ ସୂଚନାନୁଯାୟୀ, ମହମ୍ମଦଙ୍କ ନମୁନାକୁ ଯାଞ୍ଚ ପାଇଁ ବେଙ୍ଗାଲୁରୁର ଏକ ରିସର୍ଚ୍ଚ ସେଣ୍ଟରକୁ ପଠାଯାଇଛି। ବର୍ତ୍ତମାନ କେବଳ ରିପୋର୍ଟକୁ ଅପେକ୍ଷା। ରିପୋର୍ଟ ଯଦି ପଜିଟିଭ୍‌ ବାହାରିବ ତେବେ ବ୍ୟକ୍ତିଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା ସ୍ପଷ୍ଟ ହୋଇଯିବ। ସେ କହିଛନ୍ତି ଯେ ମହମ୍ମଦ ନିକଟରେ ତୀର୍ଥ କରିବାକୁ ସାଉଦି ଆରବ ଯାଇ ଫେରିଥିଲେ।

death

ଅନ୍ୟପଟେ କେରଳର କୋଟ୍ଟାୟମ୍‌ର ସରକାରୀ ମେଡିକାଲ କଲେଜ ହସ୍‌ପିଟାଲରେ ଆଉ ଜଣେ ୮୫ ବର୍ଷୀୟ କରୋନା ସଂକ୍ରମିତ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଡାକ୍ତରଙ୍କ କହିବାନୁସାରେ ହାର୍ଟ ରୋଗ ଯୋଗୁ ତାଙ୍କ ଅବସ୍ଥା ଶୋଚନୀୟ ରହିଛି। ମାତ୍ର ତାଙ୍କ ୯୬ ବର୍ଷୀୟ ସ୍ୱାମୀଙ୍କ ଅବସ୍ଥା ସ୍ଥିର ରହିଛି। ଏହି ଦମ୍ପତି ଫେବୁଆରୀ ୨୯ ତାରିଖରେ ଇଟାଲୀରୁ ଫେରିଥିଲେ।

death 2

ଇତି ମଧ୍ୟରେ କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାର ଫ୍ରାନ୍ସ, ଜର୍ମାନୀ ଓ ସ୍ପେନ୍‌ର ନାଗରିକଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇଛି। ସେମାନଙ୍କ ନିୟମିତ ତଥା ଇ-ଭିସାକୁ ସ୍ଥଗିତ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.