କ୍ୟାନ୍ସର ରୋଗୀଙ୍କ ପାଇଁ ଖୁସି ଖବର, ଏଣିକି ଔଷଧ ପାଇବେ ୮୭ ପ୍ରତିଶତ ଶସ୍ତା ଦାମରେ

ଦେଶର ୨୨ ଲକ୍ଷରୁ ମଧ୍ୟ ଅଧିକ କ୍ୟାନ୍ସର ରୋଗୀଙ୍କୁ ପୁଣି ଥରେ ସରକାର ବଡ ରିହାତି ଦେଇଛନ୍ତି। କ୍ୟାନ୍ସର ଭଳି ମାରାତ୍ମକ ରୋଗ ସହିତ ପୁଣି ଏହାର ଔଷଧର ଦାମ ପାଇଁ ରୋଗୀର ଚିନ୍ତା ଦ୍ବିଗୁଣିତ ହୋଇଯାଇଥାଏ। ବର୍ତ୍ତମାନ ସରକାର ୩୯୦ କ୍ୟାନ୍ସର ଔଷଧର ମୂଲ୍ୟକୁ ନିୟନ୍ତ୍ରଣରେ ଆଣି ଶସ୍ତା କରିଦେଇଛନ୍ତି। ଏହି ନିଷ୍ପତ୍ତିରେ କ୍ୟାନ୍ସର ରୋଗୀଙ୍କୁ ୮୭ ପ୍ରତିଶତ କମ୍ ଦାମରେ ଔଷଧ ମିଳିପାରିବ।

ଏହି ଆଦେଶ ତତ୍କାଳ ପ୍ରଭାବରେ ଲାଗୁ ହୋଇଯାଇଛି। କୁହାଯାଉଛି ଯେ ୨୨ ଲକ୍ଷରୁ ମଧ୍ୟ ଅଧିକ ରୋଗୀ ଏହି ନିଷ୍ପତ୍ତିରେ ପ୍ରାୟ ୮୦୦ କୋଟି ଟଙ୍କାର ରିହାତି ହୋଇପାରିବ। ଫେବୃଆରୀ ୨୭ରେ ମଧ୍ୟ ସରକାର କ୍ୟାନ୍ସରର ୪୨ ଟି ଦାମୀ ଔଷଧର ମୂଲ୍ୟକୁ ଶସ୍ତା କରିବା ପାଇଁ ଆଦେଶ ଦେଇଥିଲେ।

cancer-drugs (1)ରାଷ୍ଟ୍ରୀୟ ଔଷଧି ମୂଲ୍ୟ ନିର୍ଦ୍ଧାରଣ ( ଏନପିପିଏ ) ୩୯୦ଟି ଔଷଧର ତାଲିକା ମଧ୍ୟ ଜାରି କରିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଔଷଧ ଏମିତି ରହିଛି ଯାହା ଏବେ ପ୍ରାୟ ୮୫ ପ୍ରତିଶତ ରୁ ମଧ୍ୟ କମ୍ ଦାମରେ ଉପଲବ୍ଧୀ ହୋଇପାରିବ।

ଏନପିଏ ଅଧିକାରୀ କହିଛନ୍ତି ସମସ୍ତ ଔଷଧ ନିର୍ମାତା କମ୍ପାନୀ ଏବଂ ହସପିଟାଲକୁ ଆଦେଶ ଜାରି କରାଯାଇ ସାରିଛି। ଏହା ସହିତ କମ୍ପାନୀଙ୍କୁ ବଜାରରୁ ମାଲ ଇେଯାଇ ନୂଆ ଦାମର ଔଷଧ ଉପଲବ୍ଧି କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ନିୟମର ଉଲଙ୍ଘନ କଲେ ସବୁ ରାଜ୍ୟର ଔଷଧ ନିୟନ୍ତ୍ରଣ ଅଧିକାରୀଙ୍କୁ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.